ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥିଲେ ଯଦି ଆସୁଥାନ୍ତ ତୁମେ
ଡାକୁଥାନ୍ତେ ସର୍ବେ ବସି
ଦେଉଥିଲେ ଯଦି ଖାଉଥାନ୍ତ ତୁମେ
ରୁହନ୍ତାନି କିଛି ବାସି
ତମେ ହିଁ ଆସୁଛ ତୁମ ଇଛା ମୋତେ
କେତେବେଳେ କେଉଁ ଭାବେ
ସାଲବେଗ ଡାକ ଦାସିଆର ଭାବ
ତୁମ ଲୀଳା ମତେ ସର୍ବେ
ପିନ୍ଧିଛି ଗେରୁଆ ଦେଉଛୁ ତୁଳସୀ
ନୈବେଦ୍ୟ ରେ କେତେ ଭୋଗ
ଭକ୍ତି ରସ ଆମ ପାଇବକି କେବେ
ପାଇବାକୁ ତୋର ସଙ୍ଗ
କହରେ କାଳିଆ କହ ରେ ବଳିଆ
କହ ତୁ ସୁଭଦ୍ରା ମାଈ
ବେଳକାଳ ମୋର ସରି ଆସିଲାଣି
ସୁଖ ମୁଁ ଜାଣିଲି ନାହିଁ।
ଏତେ ଦୁଃଖ କିମ୍ପା ଦେଉଥାଉ ମୋତେ
ଦୁଃଖ ମୋର ସରୁ ନାହିଁ
ସୁଖ ବୋଲି ଯେବେ ଦେଉଥାଉ ଟିକେ
ଧରା ମୋତେ ଦିଏ ନାହିଁ