ଫେରି ଆସ ପିୟା ଫେରି ଆସ
ଫେରି ଆସ ପିୟା ଫେରି ଆସ
ତୁମ ବିନା ଏ ଜୀବନ ଫିକା ଫିକା
କରିଯାଅ ନାହିଁ ଏକା
ଆଉ ହେବନି ଜୀବନରେ ଆମ ଦେଖା
କେମିତି ରହିବି ମୁଁ ଏକା
ସୁନ୍ଦର ପରିବାର ଘର ଛାଡି ଗଲ
ଘରର ରଶ୍ମି ରେଖା
ମଣିଷ ଶରୀର ଛାଡି ଧରିଛ କି ରୂପ
ଫେରି ଆସ ସୀମା ରେଖା
ଆମ ଛୋଟ ମୋଟ ପରିବାର ଛାଡି
ଆସିଲ ତମେ ଜମପୁର
ସ୍ୱର୍ଗପୁର ମୋର ଭାରି ଡର ପିୟା
ଛାଲିଛି ମୋର ବିଚାର
ଅଳ୍ପ ବୟସ ରେ ହେଲା ମୋର ମୃତ୍ୟୁ
ତମ ବିନା ସବୁ ଫିକା
ଯାଉଛି ମୁଁ ପାରି କରି ସୀମା ରେଖା
ତମେ ଏକା ମୁଁ ଏକା
ପହଞ୍ଚି ବି ଯେଉଁଦିନ ଗଣନା ସେ ଦିନ
ଜମପୁର ହେବ ଠାବ
ଭଲ କରିଥିଲେ ମିଳିବ ସ୍ୱର୍ଗପୁର
ଭଲ କରିଥିଲେ ମିଳବ ମୋତେ ଠାବ
ଗଛପତ୍ର ନାହିଁ ଠାବ
ଭୟକର ନାହିଁ ପିୟା ଫେରିଆସିଛି
ରହିବା ଆମେ ଏକା
ରାଗ ମାନ ଅଭିମାନ ଭୁଲିଯାଇ
ଏଠି ହେବ ଆମ ଦେଖା
ଧନଜନ ସବୁ ମୋହମାୟା ଏଠି
ଜଞ୍ଜାଳ ସତ୍ୟ ଏକା
ଯାହା ପାଇଁ ତୁମେ ଘର ଛାଡିଦେଲ
ପରିବାର ଏବେ ଏକା
ବହୁତ କଲେ ମୋତେ କଲବଲ
ବଞ୍ଚିଥାଉ ମାରିଦେଲେ
ତୁମେ ରାଗ ରୁଷା ସବୁ ଭୁଲି ଯାଅ
ହେଲେ ମୁଁ କଲ ବଲ
କୋଳିଇ ନିଅ ମୋତେ ବାହୁ ମେଲି
ତମେ ମୋ ପାଇଁ ବାଇ
ହୃଦୟ ରେ ପୁଣି ଜାଗାଁ ଦିଅ ମୋତେ
ମୁଣ୍ଡ ରଖି ଯିବିବ ଶୋଇ।
ଗଲାବେଳେ ଶୋଇଥିବା ଆମେ ଦୁଇ
ତୁଣ୍ଡ ଥିବ ହରିବୋଲ
ମଶାଣି କୁ ଗଲା ବେଳେ ଏକା ଯିବା
ହରିବୋଲ ହରିବୋଲ
ରାମ ନାମ ସତ୍ୟ ହେ ହରି ନାମ ସତ୍ୟ
ସଙ୍ଗେ ନଜଯିବିବେ କେହି
ମଶାଣି ରେ ମୋ ଶବକୁ ରଖି ଦେଇ
ପାଖେ ରହିବେନି କେହି
ଫେରି ଆସ ପିୟା ଆସ
ସୀମା ରେଖା ପାର ହେଇ