Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Narayan chandra Senapati

Others

2  

Narayan chandra Senapati

Others

ତୁମ ସମ୍ବିଧାନ

ତୁମ ସମ୍ବିଧାନ

1 min
401



ତୁମ ସବୁ ପ୍ରଶ୍ନର ଉତ୍ତର ମୋ ପାଇଁ ହଁ

ତୁମ ବିଚାର ମୋ ପାଇଁ ସମ୍ବିଧାନ

ଆଚାର ମୋ ପାଇଁ ସମର୍ପଣ

ଦୁଃଖଭିଜା ରିମ୍ ଝିମ୍ ବର୍ଷାରେ

ଉନ୍ମାଦ ହୋଇ ଯେବେ ଆସ

ସୁଖର ଚିବୁକ ହୋଇ ହସିଉଠେ

ସ୍ୱପ୍ନର ଗୋଲାପରାଣୀ କୁଞ୍ଜବନରେ ପ୍ରସ୍ଫୁଟିତ ହୁଏ

ମୁଁ ଫୁଟି ବାଣ୍ଟେ ହେନାର ମହକ

ତୁମ ପ୍ରେମ ଉଦ୍ୟାନରେ..॥


ତୁମ ସବୁ ଆଶାର ପ୍ରତ୍ୟାଶା ମୋ ପାଇଁ ସଜ ଅନୁଭବ

ତୁମ ଚାହାଣୀ ମୋ ପାଇଁ ସମାଧାନର ସୂତ୍ର

ଅଭିମାନ ମୋ ପାଇଁ ଆଲୋଡନର ଚିତ୍ର

ଆକାଂକ୍ଷାର ଭିଜା ଆକାଶରେ

ଇନ୍ଦ୍ରଧନୁ ହୋଇ ଯେବେ ଆସ

ବିଶ୍ୱାସର ଅଟ୍ଟାଳିକା ମୁଣ୍ଡଟେକି ହସେ

ଆବେଗର ଗଙ୍ଗାଜଳ ଛିଞ୍ଚି କରେ ପବିତ୍ର

ମୁଁ ତୋଳେ ଶରଧାର ଅନୁପମ ପୁଲକ

ତୁମ ହୃଦୟର ଗାଲିଚାରେ॥


ତୁମ ସବୁ ସ୍ୱପ୍ନର ଅପେକ୍ଷିତ ନାୟକ ମୁଁ ପ୍ରଥମ ଅଙ୍କର

ତୁମ ଉପସ୍ଥିତି ମୋ ପାଇଁ ପ୍ରଫୁଲ୍ଲତା

ସ୍ପର୍ଶ ମୋ ପାଇଁ ଯାଦୁର ଚମକ

ଆସ ଯେବେ ପ୍ରେମ ନଈର ପ୍ରୀତି ଘାଟେ

ମମତାର ଅନୁଭୂତି ସ୍ମୃତି ସ୍ତୁପ ପାଲଟେ

ମୁଁ ରଚେ ସେନେହର ଅପୂର୍ବ ଚମକ

ପ୍ରଣୟର ପଦଚଲା ରାସ୍ତାରେ॥


କିନ୍ତୁ ଯଦି ତୁମ କେଉଁ ପ୍ରଶ୍ନର ଉତ୍ତର ମୋ ପାଇଁ ନାଁ

ମୋ ଭଲପାଇବା ଲୁଚିଯାଏ

ତୁମ ଶତ୍ରୁତା ପିରାମିଡ୍ ରେ

ଶତ ସହସ୍ର ସ୍ୱାଧୀନତା ଧକେଇ କାନ୍ଦେ

ସ୍ୱେଚ୍ଛାଚାରିତା ଛଳରେ

ନିମିଷକେ ପ୍ରେମର ତାଜମହଲଟା

ଭାଙ୍ଗିତୁଟି ଚୁରମାର୍ ହୁଏ

ମୁଁ ହୋଇଯାଏ ଅଲୋଡା ଅଖୋଜା

ତୁମ କଦର୍ଯ୍ୟ କଦାକାର ଚିନ୍ତାଧାରାରେ॥


ନାରାୟଣ ସେନାପତି,କେନ୍ଦୁଝର


Rate this content
Log in