ମୀରା
ମୀରା
1 min
7.0K
କାହିଁକି ଯେ ସେଦିନ ମୁଁ ଦେଖିଲି ସପନ
ଜୋଛନାର ପ୍ରତିବିମ୍ବରେ , ବସନ୍ତର ଛାୟାଛନ୍ନ ଶୀତଳ ଅପରାହ୍ନରେ ।
ଆଶ୍ଵିନର ରକ୍ତାକ୍ତ ଗୋଧୂଳି ବେଳାରେ ଆଉ ଚଇତିର କଅଁଳ ପାହାନ୍ତିରେ ।
କିଏ ଫୁଙ୍କି ଦେଲା ମୋ କାନେ , ଘୋର ବେଦ ମନ୍ତ୍ରଟିଏ ।
ଗୁମସୁମ ଗୁମସୁମ ବିଭୋର ବେଳାରେ ।
ମୁଁ ତ ଘୁରି ବୁଲୁଥିଲି ନକ୍ଷତ୍ରରୁ ନକ୍ଷତ୍ର , ନିଜ ଅନ୍ତଃମନକୁ ଦାହ କରି ।
ଚିର ଦିନ ପାଇଁ ସ୍ୱାଗତ କରିଥିଲି ତୁମ ଆବର୍ତ୍ତମାନକୁ ।
ନିଜଠାରୁ କରିନେଲି ନିଜକୁ ଅଲଗା ।
ସ୍ୱପ୍ନକୁ ବି କରିଦେଲି ରାତିଠୁ ଅଲଗା ।
ଆଜି ଯଦି ମୃତ୍ୟୁ ବି ଆସେ , ଆଉ ଡର ନାହିଁ ।
ପଥହରା ହେଇଯିବ ସେ , ଏଠି ମୁଁ ଯେ ନାହିଁ ।