Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Bijay Prusty

Romance Abstract Others

2  

Bijay Prusty

Romance Abstract Others

ବେସୁରା ଗୀତି-୭୬୦

ବେସୁରା ଗୀତି-୭୬୦

1 min
6.4K


ମୋର ମୋର ବୋଲି କାହାକୁ କହିବି

ବର୍ଷା ଲୋ ଥରେ କହ

ଏଇ ଦୁନିଆଁରେ କିଏବା କାହାର

ନିଜେ ତ ନିଜର ନୁହଁ ॥

ଧନ ଦାରା ସୁତ ଯାହା ବି ଦେଖୁଛ

ଦୁଇ ଦିନର ସେ ସାଥି

ଦୁଇ ଦିନ ପରେ କିଏ ଥିବ ଅବା

କିଏ ହୋଇଥିବ ମାଟି ॥

ଏ ଯେଉଁ ଶରୀର ସୁରକ୍ଷିତ କରି

ରଖିଛି ମୁଁ ଆଜି ଯାଏ

କାଲିକି ଯେ ଥିବ ଅଥବା ନ ଥିବ

କହି ପାରିବ ବା କିଏ ?

ବର୍ଷା ଲୋ ତୋର ମଧୁର ସ୍ଵରରେ

ଏତେ ଆପଣାର କରି

ଲୁଚି ରହି କେଉଁ ଆକାଶ ଛାଇରେ

ମୋ ପାଇଁ ତୁ ଅଶରିରୀ ॥

ସେଥିପାଇଁ ବର୍ଷା କହୁଛି ଆଜି ମୁଁ

ବରଷି ଯା ଅବା ନାହିଁ

ତୋ ଆଗମନର ପ୍ରତିକ୍ଷାରେ ଥିବି

ଆକାଶକୁ ଚାହିଁ ଚାହିଁ ॥


Rate this content
Log in