Audio

Forum

Read

Contests

Language


Write

Sign in
Wohoo!,
Dear user,
ଐଶ୍ୱରିକ ଶାନ୍ତି
ଐଶ୍ୱରିକ ଶାନ୍ତି
★★★★★

© Dr Susmita Dash

Classics Inspirational

4 Minutes   6.7K    7


Content Ranking

କାମନା, ଅଭିଳାଷ ,ସଦା ଅସରନ୍ତି ,

ଲଭିଲେ ନିଃସ୍ୱାର୍ଥପର ପ୍ରେମ ...

ମିଳିବ  ଦିବ୍ୟ ,ଐଶ୍ୱରିକ ଶାନ୍ତି।

କ୍ଷଣସ୍ଥାୟୀ ହେବ ତଲାସ ଆନନ୍ଦର,

ଦୂରିଭୂତ ହେବ ଭୟ ବେଦନାର।

ସୁଖର ନ ରହିବ ଅନ୍ୱେଷଣ....

ପ୍ରଗାଢ ,ଶାଶ୍ୱତ ମାନବିକତାରେ

ଲବ୍ଧ ହେବ ବିଶୁଦ୍ଧ,ନିର୍ମଳ ପ୍ରାଣ।

ଅଟଳ, ନିସ୍ତବ୍ଧ ଚିତ୍ତ ବିରାଜେ ଅନ୍ତରେ,

ସୂର୍ଯ୍ୟାଲୋକ ସମ ଏ ଧରାଭୂଇଁ ରେ...

ସଚେତନତାର  ଆଲୋକ ବିସ୍ତାରେ।

ଅନ୍ତରସ୍ଥ ଶକ୍ତିର ଘଟିଲେ ବିକାଶ ..

ପୃଥିବୀ ମନେହେବ ଶାନ୍ତିର ନିବାସ।

ଈଶ୍ୱର ଐଶ୍ୱରୀୟ ଚେତନା

Rate the content


Originality
Flow
Language
Cover design

Comments

Post


Some text some message..