ଐଶ୍ୱରିକ ଶାନ୍ତି
ଐଶ୍ୱରିକ ଶାନ୍ତି
କାମନା, ଅଭିଳାଷ ,ସଦା ଅସରନ୍ତି ,
ଲଭିଲେ ନିଃସ୍ୱାର୍ଥପର ପ୍ରେମ ...
ମିଳିବ ଦିବ୍ୟ ,ଐଶ୍ୱରିକ ଶାନ୍ତି।
କ୍ଷଣସ୍ଥାୟୀ ହେବ ତଲାସ ଆନନ୍ଦର,
ଦୂରିଭୂତ ହେବ ଭୟ ବେଦନାର।
ସୁଖର ନ ରହିବ ଅନ୍ୱେଷଣ....
ପ୍ରଗାଢ ,ଶାଶ୍ୱତ ମାନବିକତାରେ
ଲବ୍ଧ ହେବ ବିଶୁଦ୍ଧ,ନିର୍ମଳ ପ୍ରାଣ।
ଅଟଳ, ନିସ୍ତବ୍ଧ ଚିତ୍ତ ବିରାଜେ ଅନ୍ତରେ,
ସୂର୍ଯ୍ୟାଲୋକ ସମ ଏ ଧରାଭୂଇଁ ରେ...
ସଚେତନତାର ଆଲୋକ ବିସ୍ତାରେ।
ଅନ୍ତରସ୍ଥ ଶକ୍ତିର ଘଟିଲେ ବିକାଶ ..
ପୃଥିବୀ ମନେହେବ ଶାନ୍ତିର ନିବାସ।