ଥାଆନ୍ତା କି
ଥାଆନ୍ତା କି
ଭଲ ପାଇବାରେ ଥାଆନ୍ତା କି
ବାଡ ବତା
ଥାଆନ୍ତା କି ସୀମାରେଖା
ନଥାନ୍ତା କି ମନ ଦିଆ ନିଆ
ନ ହୁଅନ୍ତା କି ମନ ଅମାନିଆ
ତାହେଲେ ହୁଏତ
ତୁମେ ମୋ ହୃଦୟକୁ ଆସିଲା ବେଳେ
କିଳି ଦିଅନ୍ତି ମୁଁ ମୋ ହୃଦୟ କବାଟ
ଦେଇ ଦିଅନ୍ତି ଲୁହାର କୀଳଣି
ତୁମ ପାଖେ ଯିବାକୁ ଅଝଟ କଲେ
ଏ ଉଡନ୍ତା ଅମାନିଆ ମନ
କାଟି ଦିଅନ୍ତି ତା ଅବାଧ୍ୟ ଡେଣାକୁ
ଅଟକେଇ ଦିଅନ୍ତି ତୁମ ଆଡକୁ
ବଢୁଥିବା ଏ ଅଲାଜୁକୀ ପାଦକୁ
ବୁଝେଇ ଦିଅନ୍ତି,,,,ଏ ସ୍ଵପ୍ନ ମଖା ଆଖିକୁ
ଯେ କି କୋଉ ଯୁଗରୁ ଅନିଦ୍ରା
କିଏ ପାରୁଛି,,,ଯେ
ମୁଁ ଆକଟ କଲାବେଳେ,,
ଏ ମନକୁ,,,
ସେ କୋଉ ମାନେ ଯେ
ବାଡ ବତା କି ସୀମାରେଖା ନଥିବା ରାସ୍ତାରେ
ମନ ଆଉ ପାଦ ହାତ ଧରା ଧରି ହୋଇ
ଆଗକୁ ବଢି ଯାଆନ୍ତି
ମୁଁ ନିସ୍କ୍ରିୟ ହୋଇ ଯାଏ,,,,
ହାରିଯାଏ ଭଲ ପାଇବା ପାଖରେ
ତୁମେ ଯାହା କୁହ ପଛେ ମୋ
ମନ ଆପେ ଆପେ ପହଞ୍ଚି ଯାଏ
ତୁମ ମନ ପାଖରେ
ହଜେଇ ଦିଏ ନିଜକୁ
ତୁମ ଭଲ ପାଇବାରେ,,।