ଆଶା ଭରଷାର ଉତ୍ସ
ଆଶା ଭରଷାର ଉତ୍ସ
ତୁମ ନିର୍ଣ୍ଣୟରେ ମୋର, ଆଜି ହୁଏ ସନ୍ଦେହ ।
ତୁମ ବିଚାରରୁ ମୋର, ଧୀରେ ଉଠେ ବିଶ୍ଵାସ ।।
ଭରଷା କରିବାକୁ ତୁମକୁ, ଡର ଲାଗେ ଆଜି ।
ସବୁ ଆଶା ମୋର, ନିରାଶା ମରୁରେ ଗଲାଣି ହଜି ।।
କେତେ ଆଉ ମିଛ ଛଳନାକୁ, ଜାବୁଡି ଧରି ।
ଦୟା ମାୟା କହି କହି, ଭଜୁଥିବି ତୁମକୁ ହରି ।।
ବିଶ୍ଵ ସ୍ରଷ୍ଟା, ବିଶ୍ଵ କର୍ତ୍ତା , ବିଶ୍ଵ ନିଅନ୍ତା ନାମ ।
ଘୋରି ହଉଛି ମିଛେ, ବୃଥା ହୁଏ ମୋ ଶ୍ରମ ।।
ଯୋଉଠି ପଥର କରି, ଦେଇ ଗଲ ଛାଡ଼ି ।
ସେଇଠି ସେମିତି ଗଲି ରହି, ତୁମକୁ ଖାଲି ହାତ ଯୋଡି ।।
ମୋ ସମ୍ମୁଖେ କ୍ଷିପ୍ରତାରେ, ତୁମ ସଂସାର ଯାଉଛି ଗଡି ।
ମୁଁ କିନ୍ତୁ ଖରା ବରଷା, ସବୁ ସହି ରହିଛି ପଡି ।।
ନିୟନ୍ତ୍ରଣ କରି ପାରିଲନି, ଏଯାଏ ମୋର ଦୁଃଖ ଦୁର୍ଦ୍ଦଶା ।
ଆଉ କେତେ ହେବି ସଂସାରେ, କୁହ ଲୋକ ହସା ।।
ପଳାତକ ହେଇ ଯିବାକୁ ଶକ୍ତି ବା ସାହସ ନାହିଁ ।
ଧିରେ ଧିରେ ସମୟ, ମୋ ହାତରୁ, ଯାଏ ଉଭେଇ ।।
ସବୁ ଝଡ ଝଂଜାର ସମ୍ମୁଖିନ, ଏକା ଏକା ହୋଇ ।
ଝୁନଟି ପଡି ଉଠି ବଞ୍ଚିବାର ଶକ୍ତି ପାଇବି କାହିଁ ।।
ଜୀବନ ଡରେଇ ଚାଲିଛି, ନିତି ଆଖି ଦେଖେଇ ।
ଆତ୍ମ ସମର୍ପଣେ, ହାତ ଟେକି ଡାକେ, ରଖ ହେ ସାଇଁ ।।
ଶୁଣୁଛି ମାତ୍ର କାନରେ, ଅଶା ଭରଷାର ତୁମେ, ଉତ୍ସ ବୋଲି ।
ପ୍ରମାଣ ମାଗୁନି ସେସବୁର ପ୍ରଭୁ, ଆଶିଷ ଟିକେ ମାଗୁଛି ଖାଲି ।।
ଶାନ୍ତିଲତା ମିଶ୍ର, ରଚେଷ୍ଟର, ମିନେସୋଟା