Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Parshuram Biswal

Others

2  

Parshuram Biswal

Others

କି ହେବି ମୁଁ ସୁନାବୋହୂ

କି ହେବି ମୁଁ ସୁନାବୋହୂ

1 min
6.5K


କି ହେବି ମୁଁ ସୁନାବୋହୂ

 

ପର୍ଶୁରାମ ବିଶ୍ୱାଳ

 

ଏନ୍ତୁଡ଼ିଶାଳରୁ ମୋର ତଣ୍ଟି ଚିପି ମାରିଲାନି କିଆଁ ବୋଉ

ଏ ଝିଅ ଜନମ କାହିଁକି ତୁ ଦେଲୁ କହିବୁ କି ମହାବାହୁ ?

କାହାକୁ ତୁ କେତେ ଦେଲୁ ସୁଖ ଶୀରି

ମୋ ବେଳକୁ ତୁ କି ନାହୁଁ ?

 

ଦେଖିଚି ଆଖିରେ କାନ୍ଦିଚନ୍ତି କେତେ ଗରିବ ମୋ ବାପାମାଆ

ବଳ ନାହିଁ ଦେବେ ଜାନିଯଉତୁକ, କରିବେ ବୋଲି ମୋ ବାହା

ହାତକୁ ଦି’ହାତ ହେଲି ସିନା ଜଗା

ସୁଖଟି ପାଇବି କାହୁଁ ?

 

ନିତି ମଦ ପିଇ ରାତିଅଧେ ଘର ଫେରୁଚି ମୋର ଗିରସ୍ତ

ହାଣ୍ଡି ଚୁଲି ମୋର ଫୋପଡ଼ା କଚଡ଼ା, କେତେ ସହିବି କହ ତ

ଗାଆଁଦାଣ୍ଡେ ଚୁଟି ଘୋଷାରି ମାରୁଚି

କାହାକୁ କହିବି ଆଉ ?

 

ଦାଣ୍ଡରେ ଗଡୁଚି ମାନ ମହତଟି, ପାରୁନାହିଁ ସିଏ ବୁଝି

ଗାଆଁ ନିଶାପରେ ଜୋରିମାନା ଦେଲା, ଗଲାଣି ସେକଥା ହଜି

ଏ ମଣିଷ ନେଇ କି ଘର କରିବି

କି ହେବି ମୁଁ ସୁନାବୋହୂ ?

 

ଏ ହୀନ କପାଳି ଆଖି ଲୁହ ପୋଛି ବିତାଉଚି ତା’ର ଦିନ

ଆଉ କୋଉ ଝିଅ ଭାଗ୍ୟରେ ମଦୁଆ ନ ଜୁଟୁ କଳାବଦନ

ଦୁଃଖୀ ରଙ୍କୀ ଅବା ଦିନମଜୁରିଆ

ଯାହା ପଛେ ହେଇଥାଉ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in