Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2.5  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

କ୍ଷେତ କଥା

କ୍ଷେତ କଥା

1 min
6.7K


ହୃଦାନନ୍ଦ ପାଣିଗ୍ରାହୀ


ଦଗାଦିଆ ମୌସୁମୀକୁ

କି ଭରସା ?

ମେଘ ଟୋପେ ଝରିବାର ନାହିଁ

ଜମି ଫାଟି ଆଁ କଲାଣି

ମନ କଷ୍ଟରେ ହିଡ଼େହିଡ଼େ ବୁଲୁଛି

ଚାଷୀର କଙ୍କାଳ।


ଆଜିକାଲି ଭାରି ମହଙ୍ଗା ଏ ଚାଷ

ତହିଁକି ପହିଲେ ଗଜାମରୁଡ଼ି

ବିହନର

ଯେଉଁ ଜମିକି ମାଡନ୍ତା ପାଣି

ଖକଡ଼ା ଘାସ , କଙ୍କଡ଼ା ଗାତରେ

ପୋତି ପଡିଲାଣି ସେ ନାଳ ,

କୋଡ଼ି , କୋଦାଳରେ ଚଞ୍ଛା ହେଇ

ବିଲ ହୋଇଗଲା ଗଲା ସନ

ଏବକୁ ପାଣି ଠୋପେ ଆସିବାର ନାହିଁ

ସବା ଢାଳେ ଲୋକସାନରେ ଗଲା

ସାର , ମଜୁରି , ଶ୍ରମ ।


ସବୁ ଖରା ଏ ପିଠିରେ

ସବୁ ନିର୍ଦ୍ଦୟତା

ଏ ନୁଖୁରା ମୁଣ୍ଡରେ

ହାଟବାଟ ସବୁଠି ଚର୍ଚ୍ଚା ପାଗଯୋଗର

କେହି ପାଣି କଥା କହିବାବେଳେ

କିଏ ଗୋଳକଲାଣି ରଣ ଛାଡ଼

କାଳ ଅକାଳରେ ଫେଲ୍ ମାରୁଛି

ସବୁ ଯୋଜନା

ବ୍ୟବସ୍ଥାର ମଗଜକୁ ଏଯାଏଁ ପଶିଲା ନାହିଁ

ସମସ୍ୟାର ମୂଳ ଉତ୍ସ ।

କେଉଁ ବାଟରେ ବଞ୍ଚେଇ ହଉନି

ଭରସା ଟିକକ

ଟାଣ୍ ଖରାରେ

ପୋଡ଼ିଯାଉଛି ମୁହଁ,

ଜଳିଯାଉଛି ହୃଦୟ ।


Rate this content
Log in