Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Others

2  

Bijay Prusty

Others

ବେସୁରା ଗୀତି-୭୧୯

ବେସୁରା ଗୀତି-୭୧୯

1 min
6.3K


ବେସୁରା ଗୀତି-୭୧୯

 

କାହିଁକି ବର୍ଷା ତୁ ଫେରି ଚାଲିଗଲୁ

ମନ ଖୋଲି କହ ଆଜି,

କାହିଁକି ସାଥିରେ ନେଇ ଗଲୁ ସବୁ

ଜୀବନର ସୁଖରାଜି  ॥

କିଏ ଡାକିଥିଲା ଆସିବା ପାଇଁ କି

ଆସିଲୁ ତ ଭଲ କଲୁ,

ତାହେଲେ କାହିଁକି ହୃଦୟ ଭାଙ୍ଗିଲୁ

ସବୁ ସୁଖ ନେଇଗଲୁ  ॥

ତୋ ପରଶ ଟିକେ ପାଇବା ପାଇଁକି

ବସିଥିଲା କିଏ ଚାହିଁ,

କେଉଁଥି ପାଇଁକି ମନ ଭାଙ୍ଗି ଦେଲୁ

କହି ଦେଲୁ ନାହିଁ ନାହିଁ  ॥

ତୋ ପାଇଁକି ପରା କେହି ଜଣେ ଏଠି

ସିଝିଥିଲା ନିଦାଘ ରେ,

ଭାବିଥିଲା ସିଏ ସବୁ ଭୁଲି ଯିବ

ତୋ ପରଶ ପାଇଗଲେ  ॥

ଏବେ ମୁଁ କହୁଛି ତୋ ମନ ବଦଳେଇ

ଆ ବେଗି ବେଗି ଚାଲି,

ନ ହେଲେ ହୁଏତ ତୁ ଆସିବୁ ସତ

ସବୁ ଯାଇଥିବ ସରି  ॥

 


Rate this content
Log in