ସକାଳ ଆସିଛି
ସକାଳ ଆସିଛି
1 min
1.4K
ଶୀତର ସରୁ ଓଠରେ ସକାଳ ଆସୁଛି
ମୁକ୍ତା ବିନ୍ଦୁ ପରି କାକର ମୁହଁ ସାରା
ଝଲମଲ କରୁଛି
ଯେତେବେଳେ ନୀଳ ପର୍ବତ ପଛରୁ
ଉଂକି ମାରୁଛି ବାଳୁତ ତପନ
ଅହଂକାର ଅନ୍ଧକାର ବିଦା ହେଲାବେଳେ
କାଉ ଆସି ପକାଉଛି ହୁଳହୁଳି
ସ୍ନେହର ବୁଲା କୁକୁର ଆସିଲେଣି
ପ୍ରାତଃ ଭ୍ରମଣରୁ
ଠାକୁର ଘରୁ ଧୂପ ବାସ୍ନାର ଭାଗ ଘରଣୀର
ସମସ୍ତଙ୍କୁ ଡରାଉଥିବା ଶୀତ
ନିଜେ ଲୁଚେ ଯାଇ ପଥର ଖୋଲରେ
ଧୀରେ ଧୀରେ ଦିନ ବଢିବାରୁ
ଶୁନ ଶାନ ପାଦ ଚଲା ହିଡ
ବାଟ ଛାଡିବାକୁ ରାଜି ବି ହେଲାଣି
ଭରା ବାଉଙ୍ଗୀରେ ଲକ୍ଷ୍ମୀ
ଆସି ଘରେ ପସିଲେଣି
କାରଣ
ଶୀତର ସରୁ ଓଠରେ
ସକାଳ ଆସି ସାରିଲାଣି ।