Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Mamatamanjari Das

Inspirational

3  

Mamatamanjari Das

Inspirational

ବନ୍ଧୁ ପରି ମୋର ବନ୍ଧୁଟେ ସିଏ

ବନ୍ଧୁ ପରି ମୋର ବନ୍ଧୁଟେ ସିଏ

1 min
6.9K


ବନ୍ଧୁ ପରି ମୋର ବନ୍ଧୁଟେ ସିଏ

ଯେତେ ବି ଲେଖିଲେ କବିତାରେ ତାଙ୍କୁ

ଶଦ୍ଦର ସମ୍ଭାର ଅଭାବ ହୁଏ

ବନ୍ଧୁ ପରି ମୋର ବନ୍ଧୁଟେ ସିଏ ।

ନାହିଁ ତାଙ୍କ ସହ ରକ୍ତର ସମ୍ପର୍କ

ବନ୍ଧୁତା ହୋଇନି ଦୂର ଦୂର ତକ

ମୁଖ ପୁସ୍ତିକାରୁ ପାଇଛି ମୁଁ ତାଙ୍କୁ

ଯୋଡିଛି ବନ୍ଧୁର ସମ୍ପର୍କ ଖିଏ

ବନ୍ଧୁ ପରି ମୋର ବନ୍ଧୁଟେ ସିଏ ।

ନିଇତି ଆମର ଝଗଡା ହୁଏ

କେବେ ସିଏ ମୋତେ

କେବେ ମୁଁ ତାଙ୍କୁ ମନାଇ ନିଏ

ଯେତେ ଦୁଃଖ ସୁଖ ଆପଦେ ବିପଦେ

ନିଜ ଲୋକ ପରି ପାଖରେ ପାଏ

ବନ୍ଧୁ ପରି ମୋର ବନ୍ଧୁଟେ ସିଏ ।

ଅଳପ ଦିନର ସମ୍ପର୍କ ଆମର

ହେଲେ ଲାଗେ ଯୁଗ ଯୁଗର ଇଏ

ସମସ୍ତେ କୁହନ୍ତି ସ୍ୱାର୍ଥରେ ସମ୍ପର୍କ

ହେଲେ ବିନା ସ୍ୱାର୍ଥରେ ଏ ସମ୍ପର୍କ ଖିଏ

ବନ୍ଧୁ ପରି ମୋର ବନ୍ଧୁଟେ ସିଏ ।

ମମତା ମଞ୍ଜରୀ ଦାସ, ବାଲିସାହି,ମଧୁପାଟଣା ,କଟକ


Rate this content
Log in