କବି ଓ କବିତା
କବି ଓ କବିତା
କବିତା ଭିତରେ ହୁଏ ଅନୁରଣିତ ସେହି ଅନ୍ଵେଷାର ସ୍ୱର
କବିଟିଏ ଜୀବନ ଜିଜ୍ଞାସା କଥାକୁ କହିଥାଏ ଚିରକାଳ I
ସୌନ୍ଦର୍ଯ୍ୟାତ୍ମକ ତା ଦୃଷ୍ଟିଭଙ୍ଗୀ ଆଉ ମାଧୁର୍ଯ୍ୟପୂର୍ଣ୍ଣ ତା ଭାଷା
କାବ୍ୟଶିଳ୍ପୀ ର କବିତା ଭିତରେ କୁହେ ସେ ଅପୂର୍ବ କଥା I
ପରିମାର୍ଜିତ ତା ରୁପଚର୍ଯ୍ୟା ମଧ୍ୟେ ଭାବାବେଗ ବ୍ୟବହାର
କବିତା ହେଉଛି କବି ଜୀବନର ଏକମାତ୍ର ଇସ୍ତାହାର I
ଅପର ପକ୍ଷରେ କବିତା ଭିତରେ କବିଟିଏ ତାର
ବ୍ୟାଖ୍ୟା କରିଦିଏ ସୁଖଦୁଃଖ ଆଉ ଜୀବନ ଜିଜ୍ଞାସାର ସ୍ୱର I
ସେଇଥିପାଇଁ ତ କବି ଚିରକାଳ ଜଗତେ ସୌନ୍ଦର୍ଯ୍ୟମୟ ମାନିତ
ଅଦ୍ଵିତୀୟ ପ୍ରଜାପତି ଭାବେ ସଦା ସ୍ୱୀକୃତ ଓ ସମ୍ମାନିତ I
ତା ଦିବ୍ୟଦୃଷ୍ଟିରେ ସୃଷ୍ଟି ହୋଇଉଠେ ମଧୁମୟ ସୁଧାମୟ
ଅମୃତମୟ ଏ ଧରଣୀ ଖୁସିରେ ଦିଶଇ ଉଲ୍ଲାସମୟ I
ଏକ ଅପେକ୍ଷା ଅନେକ ଭିତରେ ସତ୍ୟକୁ ଖୋଜେ ସେ ପ୍ରତିନିୟତ
ସବଳ ଅପେକ୍ଷା ଦୁର୍ବଳ ପ୍ରତି ତା ଗଭୀର ମମତ୍ୱବୋଧ I
ଜଞ୍ଜାଳ ଜଳଦ ଜଳେ ଉଦର ଆବିଳ ହେଲେ ମଧ୍ୟ ସେ ଦେଖେ କୋଟି ପ୍ରାଣର ସ୍ୱପ୍ନ ଓ ସମ୍ଭାବନାକୁ
ଗଭୀର ଅତ୍ମୀୟତାର ସହିତ ଅନ୍ତସ୍ୱରୁ କୁଳୁକୁଳୁ ଝରଣା ଝରାଇ ସେ ଭିଜାଇଦିଏ ମରୁପ୍ରାନ୍ତର ମରୀଚିକାକୁ I
କେତେବେଳେ ତିକ୍ତ-ମଧୁର ଅନୁଭବକୁ ଏକାନ୍ତ ଭାବରେ ନିଜସ୍ୱ କରି ଗତିଶୀଳ ହୋଇଥାଏ କର୍ତ୍ତବ୍ୟ ପଥରେ
ଏକ ଶ୍ରେଣିହୀନ ସମାଜ ଗଠନର ଅନାହତ ସ୍ୱର ଉଙ୍କିମାରେ ତାର ବିଶ୍ୱାସ ଓ ଆକାଂକ୍ଷାରେ I
କବିତା ହେଉଛି ଆତ୍ମସମୀକ୍ଷା ଆତ୍ମ-ଅାବିଷ୍କାରର ଉପଯୁକ୍ତ ମାଧ୍ୟମ
ଜୀବନର ସକଳ ବ୍ୟର୍ଥତା ଭିତରେ ଆଶାର ପାରିଜାତକୁ ହୃଦୟ ନନ୍ଦନବନରେ ପ୍ରସ୍ଫୁଟିତ କରିବାହିଁ କବିର ପରମ ଧର୍ମ I