ମାନୁଛି ସମୟ କଷ୍ଟ ଦେଲା କେତେ
ମାନୁଛି ସମୟ କଷ୍ଟ ଦେଲା କେତେ
ମାନୁଛି ସମୟ କଷ୍ଟ ଦେଲା କେତେ - କିନ୍ତୁ,
ଜୀବନ ଜୀଇଁବା ଶିକ୍ଷା ଦେଲା ମୋତେ।
ସୁଖ ପରେ ଦୁଃଖ, ଦୁଃଖ ପରେ ସୁଖ,
ସଂସାରେ ଜୀବନ ଏମିତି ବିତେ।
ପ୍ରକୃତିଟା ପରାଧୀନ ବନ୍ଦୀ ଭଳି
ସହିଲା ମଉନେ କଷଣ ଏତେ
ରାଗିକି ଯେବେ ସେ ପ୍ରତିଶୋଧ ନିଏ
ତଥାପି ମୂରୁଖ ମଣିଷ କି ଚେତେ !!
ପୁଞ୍ଜିପତି ଠାରୁ ଦାଦନ ଯାଏଁ,
ନେତା ମନ୍ତ୍ରୀ ଆଉ ଜନତା ଯେତେ
ସମୟ ର ଦାସ ସମସ୍ତେ ଅଟନ୍ତି
ଧନ ସମ୍ପତ୍ତି ର ଆୟୁଷ କେତେ!
ସମୟ ବଦଳେ ପ୍ରତି ମୁହୂର୍ତ୍ତେ
ଅମର ନୁହନ୍ତି କେହି ମରତେ
ଅଭିନୟ ସାରି ଫେରିଯିବା ସବୁ
ଆତ୍ମା ଲୀନ ହେଲେ ପାଞ୍ଚଟି ଭୂତେ।
ସୁଖର ସଉଦା ସମସ୍ତେ କରନ୍ତି
ଦୁଃଖର ଦରଦ ବୁଝନ୍ତି କେତେ?
ଧନକୁ ନ ଚିନ୍ହି ମନ ଚିଂହେ ଯିଏ
ଜୀବନେ ନିଶ୍ଚେ ସେ ପ୍ରାଣୀ ଜିତେ
ଯେତେ ଖତ ସାର ପାଉଥିଲେ ସୁଦ୍ଧା
ଫସଲ କି ବଢେ ଶୁଖିଲା କ୍ଷେତେ !
ବେଳ ଥାଉ ଥାଉ ହେବା ସାବଧାନ
ଏଇ ବାର୍ତ୍ତା ଦେଲା ସମୟ ସତେ।