ଜୀବନ ଗୀତା-୨୧
ଜୀବନ ଗୀତା-୨୧
1 min
6.6K
ଏ ଜୀବନ ଏକ ଅବୁଝା କାହାଣୀ
କିଛି ବୁଝିହୁଏ କିଛି ହୁଏନାହିଁ ବୁଝି ପୁଣି ॥୦॥
ଜୀବନରେ ମିଳେ କେତେ ଆଦର ସମ୍ମାନ
ମିଳେ କେବେ ପୁଣି ଧୋକା
ଏ ଜୀବନେ ହୁଏ କେତେ ପ୍ରୀତି ଦିଆନିଆ
କେବେ ପ୍ରୀତି କିଣାବିକା
ଜୀବନରେ ପାଦ ଟଳମଳ କେବେ
କେବେ ଚାଲେ ଗଣିଗଣି ॥୧॥
ଜୀବନଟା କାହାପାଇଁ ଖୋଲାବହି ଗୋଟେ
କାହାପାଇଁ ସେ ପହଳି
କାହାପାଇଁ ଜୀବନଟା ନିଛାଟିଆ ରାସ୍ତା
କାହାପାଇଁ ସେ ଗହଳି
ଜୀବନର ଗୀତ ଗାଉଥାଏ କିଏ
କିଏ ଯାଉଥାଏ ଶୁଣିି ॥୨॥