Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Fantasy

5.0  

ବି. ନିରୁପମା

Fantasy

ଶୁଣି ମୁଁ ଯାଆନ୍ତି ଧାଇଁ

ଶୁଣି ମୁଁ ଯାଆନ୍ତି ଧାଇଁ

1 min
452



   


ଭାରି ଇଚ୍ଛା ମୋର ହେଉଅଛି ଆଜି

ଜାଣେନା କେଜାଣି କିଆଁ ,

ତୁମ ବଇଁଶୀର ସୁରରେ ଥରୁଟେ

ଡାକି ଦିଅନ୍ତ ମୋ ନାଆଁ...

ଶୁଣି ମୁଁ ଯାଆନ୍ତି ଧାଇଁ ;

ସଜ ମଲ୍ଲୀହାର ପିନ୍ଧାଇ ଦିଅନ୍ତି

ଗୁନ୍ଥିଛି ଯା' ତୁମପାଇଁ ।


ତୁମରି ତନୁରେ ଆଉଜି ପଡ଼ି ମୁଁ

ଭାବରେ ଯାଆନ୍ତି ମଜ୍ଜି ,

ମୋହନ ହେ ତୁମ ମନକୁ ଜିଣନ୍ତି

ତହିଁ ପ୍ରଣୟିନୀ ସାଜି .....

ବାରବାର ଚାହିଁ ମୁଖ ;

ଆନନ୍ଦେ ବିଭୋର ହୋଇ ମୁଁ ଅଚିରେ

ଲଭନ୍ତି ଅସୀମ ସୁଖ ।


ବାହୁ ଯୁଗଳରେ ବନ୍ଦୀ ହୋଇ ତୁମ

ଭୁଲନ୍ତି ସଂସାର ମୋହ ,

ତନୁ ମନ ଆମ ଏକାକାର ହୋଇ

ଯାଆନ୍ତା ହେ ପ୍ରାଣପ୍ରିୟ ....

ଭରସା ଦିଅନ୍ତ ସତେ ;

ଯେତେବାର ଏଇ ଧରାକୁ ଆସିବ

ସାଥିରେ ଆଣନ୍ତ ମୋତେ ।



Rate this content
Log in