ଶୂନ୍ୟର କରାମତି
ଶୂନ୍ୟର କରାମତି
ଶୂନ୍ୟ କହିଲେ ତ ମୂଲ୍ୟ କିଛି ନାହିଁ
ଏ କଥା ସମସ୍ତେ ଜାଣ
ହେଲେ ସେହି ଶୂନ୍ୟ କେତେ ଶକ୍ତିମାନ
ଅଳ୍ପକେ କହୁଛି ଶୁଣ
ସାଧାରଣ ଭାବେ ବାମପଟେ ଶୂନ୍ୟ
ହୋଇଥାଏ ମୂଲ୍ୟହୀନ
ହେଲେ ତାକୁ ନେଇ ଦକ୍ଷିଣେ ରଖିଲେ
ଦଶଗୁଣ ତାର ମାନ
ସେହି ଶୂନ୍ୟ ପୁଣି କରେ ସର୍ବ ଶୂନ୍ୟ
ଗୁଣିଲେ ଯେଉଁ ସଂଖ୍ୟାରେ
ସେଥିପାଇଁ ତାକୁ ଗଣିତ ବିଦ୍ୟା ହିଁ
ସ୍ୱତନ୍ତ୍ର ସଂଖ୍ୟା ବିଚାରେ
କେତେବେଳେ ମିତ ଭାବନାହିଁ କେହି
ଜନ୍ମ ତୁମ ଅକାରଣ
ଉପଯୁକ୍ତ ଭାବେ ପ୍ରୟୋଗ କରିଲେ
ମିଳିଯିବ ଶ୍ରେଷ୍ଠ ସ୍ଥାନ
ଚିତ୍ତ ରଞ୍ଜନ ଲେଙ୍କା (କଟକ) ©