ସୁଖ
ସୁଖ
ସୁଖ ଏ ଜୀବନେ ଚାହାଁନ୍ତି ସଭିଏଁ କିବା ରାଜା କିବା ପ୍ରଜା
ସୁଖ ବହୁଳରେ କରଇ ଜୀବରେ ଦୟାହୀନେ ଦିଗହଜା ।
ସୀମାହୀନ ଏଇ ସୁଖଟିକୁ ପାଇ ଭରିନି କାହାରି ପେଟ
ସଦା ସରବଦା ସୁଖପଛେ କୁଦା ମାରିବା ଜୀବନ ନାଟ ।
ସୁଖ କିନ୍ତୁ ଦୁଇଭାଗେ ବିସ୍ତରଇ ଅପରମ୍ପାର ଲୀଳାରେ
ଏକଭାଗ ଅନ୍ତ ଅନ୍ୟଟି ଅନନ୍ତ ରହିଛି ଭବ ଖେଳାରେ ।
ଅନ୍ତ ହୁଏ ଶେଷ ମୃତ୍ୟୁରେ ଅବଶ୍ୟ ଚାଲି ବି ଜୀବନସାରା
ହେଲେ ମୃତ୍ୟୁ କାହିଁ ଛୁଇଁ ନ ପାରଇ ଅନନ୍ତର ଭାବଧାରା ।
ଅନ୍ତହୀନ ଏଇ ଅନନ୍ତ ସୁଖ ହିଁ ଜୀବକୁ ବଞ୍ଚାଇ ରଖେ
ମୃତ୍ୟୁପରେ ଜୀବ ଭାବ ବଇଭବ ରୁହଇ ସବୁରି ବୁକେ ।
ସୁଖ ଶବ୍ଦ କେହି କେବେ ନିଜପାଇଁ କରୁନାହିଁ ବ୍ୟବହାର
ଅନ୍ୟେ ସୁଖିପାଇଁ ଏ ଶବ୍ଦ ଜିଅଁଇ ଏ' ନୁହେଁ ନ୍ୟାୟ ବିଚାର ।