Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Others Tragedy

2.7  

Santosh Pattnayak

Others Tragedy

ତୋ' ବିନା

ତୋ' ବିନା

1 min
7.1K


ଶରଦ ଶ୍ରୀହୀନ ବସନ୍ତ ବିଦୀର୍ଣ୍ଣ

ସୁଖିଲାଣି ସୁଖ ମୋହ

ଜୀବନ ବାଟିକା ଲାଗେ ମରିଚିକା

ବିଦଗ୍ଧି ହୃଦୟେ କୋହ.... ।

ଯୌବନ ଭ୍ରମୁଛି ସ୍ମୃତିନଦୀ ତୀରେ

ଖୋଜି ଖୋଜି ମଧୁଗୀତି

ସାତ ସପନ ସେ ମୃଦୁ ଚୁମ୍ବନଟା

ବିରହ ଖୋଜଇ ରତି.... ।

ମନ ମନ୍ତ୍ରଣାରେ ବିବେକ ବିବଶ

ବିଗତ ସ୍ମୃତିକୁ ଝୁରି

ବାଧ୍ୟ ବାଧ୍ୟତାରେ ଜୀଉଁଛି ଜୀବନ

ଜିଅନ୍ତା ଶବଟେ ପରି.... ।

ଜୀବନଟା ଏଠି ତମସା ଆଚ୍ଛନ୍ନ

କାଳବୈଶାଖିର ଭୀତି

କି' ସରାଗେ ଆଉ ଖୋଜିବି ପୁନେଇଁ

ଜହ୍ନ ଜୋଛନାର ରାତି.....।


Rate this content
Log in