Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଓଡ଼ିଆ ଗଳ୍ପ ଓ କବିତା - ୨

Classics

2  

ଓଡ଼ିଆ ଗଳ୍ପ ଓ କବିତା - ୨

Classics

ତୁମରି ମନ୍ତ୍ର

ତୁମରି ମନ୍ତ୍ର

1 min
6.6K


ବିଶ୍ଵ ଜଳୁଛି ଯୁଦ୍ଧ ଆତେଙ୍କ

ଧ୍ଵଂସର ତାଲିକା ସମସ୍ତଙ୍କ ମୁଖେ ।

ଇଏ କହୁଛି ମୁଁ ଟାଣୁଆ

ସିଏ କହୁଛି ମୁଁ ଭଲ ବାଣୁଆ ।

ଇଏ କହୁଛି ମୁଁ ବାହାଣିଆ

ସିଏ କହୁଛି ମୁଁ ସିଆଣିଆ ।

କିଏ କହୁଛି ମୁଁ ଜାଣିଛି ପରମାଣୁ ଯୁଦ୍ଧ

କିଏ କହୁଛି ମୁଁ ଜାଣିଛି ତାରକା ଯୁଦ୍ଧ ।

କିଏ କହୁଛି ମୁଁ ଶିଖିଛି ଜୀବାଣୁ ଯୁଦ୍ଧ

କିଏ କହୁଛି ମୋତେ ଜଣା ପ୍ରଳୟ ସୃଷ୍ଟିକାରୀ ଫାନ୍ଦ ।

ବିଶ୍ୱକୁ ଧ୍ୱଂସ କରିବାକୁ ବାହାଦୁରି ଦେଖାଉଛି ଅସ୍ତ୍ରବାଦ

ସବୁ ଅସ୍ତ୍ରକୁ ଅକାମି କରିଦେବାକୁ ବିଜ୍ଞାନ ପାଖରେ ନାହିଁ ଗଦ ।

ଏଣେ ବିଶ୍ୱ ଆତଙ୍କିତ

ଆତଙ୍କବାଦୀ, ଉଗ୍ରବାଦୀ, ସନ୍ତ୍ରାସବାଦୀର ବାଦରେ

ଅନ୍ୟ ସବୁବାଦ ଫଣା ନଇଁଛି ହିଂସା ବାଦର ଗଦରେ ।

ସମସ୍ତଙ୍କ ହସ୍ତେ ବିଶ୍ୱ ଧ୍ୱଂସକାରୀ ଅସ୍ତ୍ର

କା’ ପାଖରେ ନାହିଁ ବିଶ୍ୱ ରକ୍ଷାକାରୀ ମନ୍ତ୍ର ।

ନେଡ଼ିଗୁଡ଼ ଆଜି କହୁଣିକି ବହି ଗଲାଣି

ଧରମରେ ଆଜି ପରମ ଗ୍ଲାନି ଦେଖା ଦେଲାଣି ।

ଯଦା ଯଦାହି ଧର୍ମସ୍ୟ ଗ୍ଲାନିର୍ଭବତି …

ଆଉ ଏଣିକି କୋଉ ଭଗବାନ ଅବତାର ନେବେ ନାହିଁତି ।

ଏ ସମୟେ ତୁମେ ଲୋଡ଼ା ହୁଅ ହେ ଗାନ୍ଧୀ

ସମସ୍ତଙ୍କୁ ଦିଅ ତୁମ ଅହିଂସା ମନ୍ତ୍ରରେ ବାନ୍ଧି ।

ହଁ , ଗାନ୍ଧୀର ଅହିଂସା ଗନ୍ଧଉଥିଲା,

ରକ୍ତ ଦେଉଥିଲାମହକ

ଆଜି ଚିଙ୍ଖାପଟା ପାଇ ପୃଥିବୀ ଗାଉଛି,

ଅହିଂସାରେ ଅଛି ପୁଲକ । ।


Rate this content
Log in