Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Trupti Sahu

Others

3  

Trupti Sahu

Others

ମାଆ

ମାଆ

1 min
7.3K


ଦୁଇଟି ଅକ୍ଷର ରେ, କୋଟିଏ ବ୍ରହ୍ମାଣ୍ଡ l

ବେଦ ନିଃଶୃତ ଓଁକାର ତା କଣ୍ଠରୁ ଝରିଯାଏ,

ନାନାଵlଇଆ ଗୀତରେ..... ସେ କୋକିଳା l


କୃତଜ୍ଞତାର ସହସ୍ର ଅଞ୍ଜୁଳି କମ ପଡ଼େ

ତା ତ୍ୟାଗ ଓ ମମତା ର

ବନ୍ଧନ ଆଗରେ...... ସେ ସର୍ବଂସହା l


ଅବର୍ଣ୍ଣନୀୟ ସେ ଶବ୍ଦରେ ଅନେକ କୁହୁକ,

ଅନେକ ଭରସା ଓ ଅସରନ୍ତି

ଅମୃତ ର ଧାରା........ ସେ ଅମୃତମୟୀ l

ସଳିତା ପରି ଜଳି ଅନ୍ୟକୁ ସେ,

କରେ ଆଲୋକିତ ;

ଚକର ଅଖ ପରି ଧରିରଖିଥାଏ

ସବୁକିଛି କାନିର ଗଣ୍ଠିରେ........ ସେ ସ୍ୱୟଂସିଧl


ତା ଅବର୍ତ୍ତମାନରେ ସବୁକିଛି ତ ଅସଜଡ଼ା

ଉଜୁଡା କ୍ଷେତ ;

କିଏ ବା ବୁଝେ ତାକୁ?

ଏମିତି ଆସି, ଏମିତି ଚାଲିଯାଏ,

ଚୁପଚାପ....... ସେ ସ୍ଥିତପ୍ରଜ୍ଞା

ଶୂନ୍ୟସ୍ଥାନ ରହିଯାଏ ଶୂନ୍ୟସ୍ଥାନ ହୋଇ.



Rate this content
Log in