Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Shashanka sekhar Ray

Thriller Others

3  

Shashanka sekhar Ray

Thriller Others

ସ୍ଵପ୍ନ

ସ୍ଵପ୍ନ

1 min
163


ପାହାନ୍ତିଆ ତାରା ପରି

ସ୍ଵପ୍ନମାନେ ଆସନ୍ତି ମନର ବହଳ ଅନ୍ଧାରେ

ମିଟ୍ ମିଟ୍ କରନ୍ତି କିଛି ସମୟ

ଡେଣା ଲାଗିଯାଏ କେଉଁଠୁ କେଜାଣି

ଉଡୁଥାଏ ମୁଁ ନୀଳ ଆକାଶରେ ।

ଅମାବାସ୍ୟା ଲାଗେ ସଫେଦ ଜହ୍ନରାତି

ସ୍ମୃତିସବୁ ଫୁଲ ହୋଇ ଫୁଟୁଥାନ୍ତି

ପବନ ସାଥେ ଝୁଲି ଝୁଲି

ମିଠା ମିଠା ବାସ୍ନାରେ ମହକି

ମୋ ଅଗଣାର ବଗିଚାରେ ।

ପୁଣି କେବେ ଆଖିରୁ ଝରାଇ

ସାତ ଶ୍ରାବଣର ଲୁହ

ରାତି ରାତି ଭିଜାଇଦିଏ ତକିଆକୁ

ବାହୁନି ହୁଏ ନପାଇବାର ଦୁଃଖେ

ଅତୀତର କଥା ସବୁ ମନେ ପକାଇ ।

ଅନ୍ଧାରର ଭୂତ ପ୍ରେତ ଦେଖି

ଚମକୁଥାଏ ବାରମ୍ଵାର 

ବାଉଳି ଚାଉଳି ହୋଇ 

ଦାନ୍ତକାମୁଡୁଥାଏ ଭୟରେ

ନିଜ ଛାଇ ଡରାଉଥାଏ ମୋତେ ଭୁତ ହୋଇ ।

ସ୍ଵପ୍ନରେ ଆସନ୍ତି ସେମାନେ

ରାଜା ପ୍ରଜା ଭିକାରୀ ଏମିତି ବହୁ ଚରିତ୍ର

ହସ କାନ୍ଦ ଭୟ ମିଶା ଅନୁଭୁତି ସବୁ

ଚଳଚିତ୍ର ପରି ମନର ପରଦାରେ

ଉଙ୍କିମାରେ କିଛି ସମୟ ଧରି ।

ସବୁ ସ୍ଵପ୍ନ ସତ ନ ହେଲେ ବି

କିଛି ସ୍ଵପ୍ନ ରଙ୍ଗିନ ହୋଇଯାଏ ବଳେବଳେ

ଆଉ କିଛି ବେରଙ୍ଗି ଧରନ୍ତି

କିଛି କିଛି ମୁହୂର୍ତ୍ତର ଅନ୍ତରେ

ବଦଳାଏ ଛାଇଆଲୁଅ ଭଳି ଗାଢ ନିଦଟିକୁ ଧରି ।


Rate this content
Log in

Similar oriya poem from Thriller