Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bidyutprabha Gantayat

Inspirational Others

3  

Bidyutprabha Gantayat

Inspirational Others

ତୃତୀୟ ପାଦ

ତୃତୀୟ ପାଦ

1 min
14K


ପାଦରୁ ଅୟମାରମ୍ଭ

ଭୂମିଷ୍ଠ ହେବାର

ପ୍ରଥମ ପାହାଚ,

ପ୍ରାଣ ପର୍ବର ଯଜ୍ଞ ବେଦୀରେ

ଅଖଣ୍ଡ ଯୁଦ୍ଧ ବିଗ୍ରହ

ଆଶା ଓ ପ୍ରତ୍ୟାଶାର

ଅସୁମାରୀ ଭିଡ଼।

ପ୍ରେମର ପ୍ରଥମ ପାଦ

ଅନ୍ତରରୁ ଅନ୍ତରକୁ

ସମୁଜ୍ଜ୍ଵଳ ଯାତ୍ରା ,

ଦ୍ଵିତୀୟ ପାଦରେ

ମାଟିରୁ ମହାସାଗର

ଆକାଶରୁ ଅନ୍ତରୀକ୍ଷ

ସମାହିତ ବ୍ୟାପ୍ତ,

ତୃତୀୟ ପାଦ

ଶୂନ୍ୟ ..ସର୍ବମୟ !

ତିନି ପାଦ ଭୂମି ହିଁ ତ

ଲୋଡାଥିଲା

ପ୍ରଥମ ଓ ଦ୍ୱିତୀୟରେ

ସଚରାଚର ସମାହିତ

ହୋଇଯିବା ପରେ...

ତୃତୀୟର ପାଦପୀଠ

କାହିଁ ବି ନଥିଲା

ବଡିମାରୁ ବିଡ଼ମ୍ବନା।

ଉପସଂହାରରେ

ତୃତୀୟ ପାଦ

ପଦଚାପ ...ପରଂବ୍ରହ୍ମଙ୍କର।

*****

ଡ଼.ବିଦ୍ୟୁତପ୍ରଭା ଗନ୍ତାୟତ


Rate this content
Log in

Similar oriya poem from Inspirational