ଜୀବନ ଗୀତା-୧୩୯
ଜୀବନ ଗୀତା-୧୩୯
1 min
13.6K
ଜୀବନ ଗୀତା-୧୩୯
ଜୀବନର ଯେତେସବୁ
ଅସହାୟପଣ
ଜାଳୁଥାଏ ଅନ୍ତରକୁ
ସେ ତ ଅନୁକ୍ଷଣ ॥୦॥
ଅସହାୟତା ବଣନିଆଁ ପରି
ବଢିବଢି ଯାଉଥାଏ
ସଦାସର୍ବଦା ଜାଳୁଥାଏ ହେଲେ
କେହିବି ଟେର୍ ନପାଏ
କେବେ କୋହ ହୋଇ
କେବେ ଲୁହ ହୋଇ
ରୁନ୍ଧିଦିଏ ହୃଦୟକୁ
ଭରେ ଆଖିକୋଣ ॥୧॥
ମଧୁମାଳତୀ ଫୁଟି ମଉଳଇ
ମନ ମରିମରି ଯାଏ
କହିପାରେନା କି ସହିପାରେନା
ଏଣେ କୁଳ ଭାସିଯାଏ
କେବେ ମୋହ ରୋକେ
କେବେ ମାୟା ରୋକେ
ବୁଝିବି ବୁଝେନା ତା'ର
ଅପାରଗପଣ ॥୨॥