ବିନତି
ବିନତି
ତ୍ରେତୟାରେ ପ୍ରଭୁ ଗୋଟିଏ ରାବଣ
କଳିଯୁଗେ ପ୍ରଭୁ କୋଟି କୋଟି ଜଣ ।
ସତୀ ସୀତା ହରି କରିଲା ଅନ୍ୟାୟ
ଅବତରି ପ୍ରଭୁ ଦେଲ ଯେ ଦଣ୍ଡାୟ ।
ଏଠି ନିମିଷକେ ସହସ୍ର ସତୀ ଯେ
ଅତ୍ୟାଚାରୀତ ଯେ ଅତି ବର୍ବରରେ ।
ତଥାପି ତ ପ୍ରଭୁ ଦେଖା ନାହି ତୁମ୍ଭ
ଦେବାକୁ ତାହାଙ୍କୁ ସାହସର ଦମ୍ଭ ।
ଏକ ଦଶାନନ ପ୍ରଣିବା ସକାଶେ
ବାନର ସେନା ତ ନେଲ ତୁମ୍ଭ ସାଥେ ।
କୋଟି ଦଶାନନ ଦଂଶିବାକୁ ପ୍ରଭୁ
କାହିଁ ବା କୁଣ୍ଠିତ ହୁଅ ତୁମ୍ଭେ ବିହୁ ।
ସାଧୁ ଜନଙ୍କର ହିତ ପାଇଁ ପ୍ରଭୁ
ଦାନବ ସଂହାର କର ଯୁଗୁ ଯୁଗୁ ।
ଏଠି ସାଧୁ ଜନ ନାହିଁ ତାଙ୍କ ସ୍ଥାନ
ସହୁଛନ୍ତି ପୁଣି ନା ନା ଯେ କଷଣ ।
ମନ୍ଦିରରେ ରହି କିଅବା ଜାଣୁଛ
କବାଟ ଖୋଲିଣ ଥରେ ଆସି ଦେଖ ।
ଟିକକ ବିନତି ପ୍ରଭୁ ତୁମ୍ଭ ପାଶେ
ଅନ୍ୟାୟ ନିପାତ ଧର୍ମର ସକାଶେ ।