ନାରୀ
ନାରୀ
ନାରୀ ଏକ ଶବ୍ଦ ନୁହଁ,
ନୁହଁ ବି ଏକ ପ୍ରତିଶବ୍ଦ ।
ଯାଅ ଇତିହାସର ସେ ମୁକ ପଥରରେ ଖୋଜ,
ମିଳିଯିବ ପ୍ରତିତ୍ଵର ।
ଯେବେ ସେ ଭୃଣ ଥାଏ,ହୋଇଯାଏ,
ଏ ସମାଜ ପାଇଁ ଏକ ବୋଝ ।
ତାର ଆଗମନ,ମୃଦ୍ୟୁ କ୍ରନ୍ଦନରେ ଖେଳିଯାଏ ,
ବିଜୁଳିର ଶିହରଣ ।
ଯେବେ ସେ କୁନି ହାତରେ ବାନ୍ଧି ଦିଏ ରକ୍ଷା ବନ୍ଧନର ଡୋର,
ହୋଇଯାଏ ଏ ମନ ଆନନ୍ଦିତ ପ୍ରସ୍ଫୁଲିତ ।
ତାର ସେ ଅଳି ଅଝଟ ରାଗ ରୋଷ,
ପିତା ମନରେ ଭରିଦିଏ ଅଖଣ୍ଡ ପ୍ରେମ ।
ସମୟ ସହ ସେ ହୋଇଯାଏ ପର ଘରର ଝିଅ,
ତ ପୁଣି ସହିଯାଏ ସେ ଗର୍ଭଯନ୍ତ୍ରଣାର କୋହ।
ବୁଭୁକ୍ଷୁ ପୁରୁଷକୁ କେବେ ସେ ଜାଣି ପାରେନା,
ହୋଇଯାଏ ମାଂସା ହାରୀ ଦାନବର ଶିକାର ।
ଆଜି ବି ଅଛନ୍ତି ସେ ବସ୍ତ୍ରଧାରୀ କୃଷ୍ଣ,
ହେଲେ ଅନେକ ଅଛନ୍ତି ସେ କାମାକ୍ତ ଦୁଷାସନ ।
ହେ ସମାଜ ସେ ନୁହେଁ ବୋଝ,
ଅଟେ ଆମ ଯୁଗ ଯୁଗର ସାଥୀ ।
ଏ ବିଶ୍ୱର ସୌନ୍ଦର୍ଯ୍ୟ,ଐଶ୍ଵର୍ୟ ଆଉ ବୈଭବ ।