Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SARATA KUMAR DAS

Others

3  

SARATA KUMAR DAS

Others

ଶୀତ

ଶୀତ

1 min
2.4K


ବରଷା ବଉଦ ମେଘର ମେଳଣ

ନିଷ୍ପ୍ରଭ ହେଲାଣି ନଭେ

ଶରତ ପାର୍ବଣ ଅସ୍ପଷ୍ଟ ହେଲାଣି

ଶୀତ ଆସିଲାଣି ଭବେ ।।

ଶୀତଳ ସମୀର ଲହଡି ଭାଙ୍ଗୁଛି

ସବୁଜ ବନାନୀ ପଥେ

ଚାନ୍ଦର ଚାନ୍ଦିନୀ ଆନନ୍ଦେ ବିଭୋର

କାକର ବିନ୍ଦୁର ସାଥେ ।।

ସୋରିଷର କ୍ଷେତ ପୁଷ୍ପେ ବିମଣ୍ଡିତ

ମଧୁପ ଗୁଂଜନ ଭରା

ମଧୁର ମହକେ ହସେ ଶାଳବଣ

ହସିଲାଣି ଶସାଗରା ।।

ତାପିତ ଏ ଧରା ସନ୍ତାପିତ ପ୍ରାଣ

ଲଭିବ ସରଗ ଶରୀ

ଉଷ୍ଣତାର ଯେତେ ଉଚ୍ଛ୍ଵସିତ ଦିଗ

ଲିଭିଯିବ ଥିରି ଥିରି ।।

କାର୍ତ୍ତିକ ପୂର୍ଣ୍ଣିମା ପାହାନ୍ତିଆ ତାରା

ଡାକୁଥିବ ହାତ ଠାରି

ବୋଇତ ବନ୍ଦାଣ ଓଡିଆ ସଂସ୍କୃତି

ପରମ୍ପରା ଅସୁମାରି ।।

ଶୀତଳ ଚନ୍ଦନ ଅଜାଡି ପଡିବ

ଧରଣୀର ବକ୍ଷ ପରେ

ନିଦ ପାଲିଙ୍କିରେ ସପନ ଆସିବ

ତମିସ୍ରା ହଟିବ ଧୀରେ।।

ବିଷାଦ ବଳୟ ଘୁଞ୍ଚି ଘୁଞ୍ଚି ଯିବ

ପ୍ରାଣ ହେବ ପଲ୍ଲବିତ

ମଲାସ୍ବପ୍ନ ସବୁ ଗୁଂଜରିତ ହେବେ

ହୃଦୟ ହେବ ପୁଷ୍ପିତ।।

ପ୍ରୀତିର ଚୁମ୍ବନ ଆଙ୍କି ହୋଇଯିବ

ଧରିତ୍ରୀର ଓଠ ଧାରେ

ଦୂର ଚକ୍ରବାଳେ ଜହ୍ନ ହସୁଥିବ

ମିଳନର ପ୍ରତୀକ୍ଷାରେ ।।

କଅଁଳ ସକାଳ ମୃଦୁ ସମୀରଣ

ଧୋଇଦେଉ କପଟତା

ଯେତେ ନୀରବତା ବିଲୁପ୍ତ ଚେତନା

ପ୍ରାଣବନ୍ତ ହେଉ ସତ୍ତା ।।

ଶୀତ ଆଗମନେ ହୃଦୟ ସ୍ପନ୍ଦନ

ଚନ୍ଦନ ଚର୍ଚ୍ଚିତ ହେଉ

ମାନବିକତାର ଜ୍ୟୋତିଷ୍ମାନ୍ ଦିଗ

ଆକାଶକୁ ଛୁଉଁଥାଉ ।।


ଶରତ କୁମାର ଦାସ

ବଡବିଲ ମହାବିଦ୍ୟାଳୟ,ବଡବିଲ।


Rate this content
Log in