Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ପ୍ରଶାନ୍ତ କୁମାର ବେହେରା

Others

5.0  

ପ୍ରଶାନ୍ତ କୁମାର ବେହେରା

Others

ମିଛ ଜିହାଦ୍ ଓ ଜନତ୍ କାହିଁକି ?

ମିଛ ଜିହାଦ୍ ଓ ଜନତ୍ କାହିଁକି ?

1 min
176


ଏମିତି କାହିଁକି ଘଟେ

ମାନବିକତାର ମୃତ୍ଯୁ ହୁଏ

ଆତଙ୍କବାଦୀର ଆତ୍ମଘାତୀ

ଆକ୍ରମଣର ଭୟଙ୍କର ବିସ୍ପୋରଣରେ

ଦୋହଲିଯାଏ ସାରା ଦେଶ

ସେଇ ଅଚାନକ ହାମଲାର

ଛାତିଥରା ବିଭତ୍ସ ଦୃଶ୍ୟ

ଦେଖେ ସାରା ଦେଶ ଦୁନିଆ ।


କି ବିଭତ୍ସ ସତରେ

ଏଇ ଆତଙ୍କୀର ତାଣ୍ତବ

କେମିତି ଏମିତି ଭୟଙ୍କର

ମୃତ୍ଯୁର ଖେଳ ବାରମ୍ବାର

ଖେଳୁଛିନ୍ତି ଆତଙ୍କବାଦୀ ?


ଯେଉଁଠି ବାପା ଓ ମାଆ

ସହିଦ୍ ପୁତ୍ରର ବକ୍ଷକୁ

କରି ପାରନ୍ତି ନାହିଁ ସ୍ପର୍ଶ l


ପତ୍ନୀ ଆଜି ନିଜ ବୀର ପତିର

ସେଇ ସୌମ୍ୟ ସୁନ୍ଦର ମୁଖ ମଣ୍ତଳ

ଦର୍ଶନ କରିବାକୁ ହୁଏ ଅସମର୍ଥ l


ପରିବାର ପରିଜନ ହୁଅନ୍ତି ନିରାଶ

ଥରେ ଆଖି ପଖାଳିବାକୁ ତାଙ୍କ

ଅତି ଆପଣାର ଲୋକଟିର

ପୂର୍ବର ସେଇ ପ୍ରୀତିପୂର୍ଣ୍ଣ ରୂପରେ l


ପୁତ୍ର ନିଜ ପିତାର ଅନ୍ତିମ ବିଦାୟରେ

ମଶାଣି ଭୂମିର ଜୁଇରେ ଖୋଜୁଥାଏ

ସେଇ ସ୍ନେହସିକ୍ତ କୋଳ

ଯେଉଁଠି ସେ କେତେ ନାଚୁଥିଲା

କୁଦୁଥିଲା ଅତି ଆଶ୍ୱାସରେ ,

ଅତି ବିଶ୍ୱାସରେ l


କିନ୍ତୁ ଆତଙ୍କୀ ଖେଳିଥିବା ସେଇ

ଭୟଙ୍କର ରକ୍ତର ହୋଲିରେ

କେହି କଛି ଦେଖିବାକୁ

ଆଜି ହୁଅନ୍ତିନି ସକ୍ଷମ l


ଏଇ ତ କେବଳ

କାପୁରୁଷ ପଣିଆଁର ପରିଚୟ

ଜିହାଦ୍ ଓ ଜନତ୍ ର

ମିଛ ମାୟାରେ ମସ୍ଗୁଲ୍ କରି

ଉଦ୍ଭ୍ରାନ୍ତ ଯୁବକଙ୍କ ଦ୍ୱାରା

ଭୟଙ୍କର ଘୃଣ୍ୟକାଣ୍ତ ଘଟାଇ

ଭାରତରେ ଅହରହ

ଅସ୍ଥିରତା ସୃଷ୍ଟି କରିବା

ଲକ୍ଷ୍ୟରେ ପାକିସ୍ତାନ ଆଜି

ପ୍ରଶୟ ଦେଇଆସିଛି

ମହମ୍ମଦ୍ ମାସୁଦ୍ ଆଝାରର

ଜୈସ- ଇ - ମହମ୍ମଦ ପରି

ଆତଙ୍କୀ ସଂଗଠନ ସବୁକୁ l


ସତରେ କଣ ଆମର

ଏଇ ପଡୋଶୀ ପାକିସ୍ଥାନ

କେବଳ ଏମିତି ରକ୍ତର

ହୋଲି ଖେଳିବାକୁ ଆମ ଭାରତ

ମାତାଠାରୁ ଦିନେ ନେଇଥିଲା ଜନ୍ମ ?


ସତରେ କଣ ସେଇ ପଡେଶୀ

ବନ୍ଦ କରିବନି ତାର ଏଇସବୁ

ଭାରତ ବିରୋଧି ଭ୍ରମାତ୍ମକ ଯୋଜନା ?


ସତରେ କଣ କେବେ ଅନ୍ତ ହେବନି

ଏ ଅନ୍ତରଥରା ବୁକୁଫଟା

କରୁଣ କାହାଣୀର ବିଭତ୍ସ ଗାଥା ?


ପ୍ରଶାନ୍ତ କୁମାର ବେହେରା

ଅଧ୍ଯାପକ , ରାଜନୀତି ବିଜ୍ଞାନ ବିଭାଗ,

ସ୍ୱାମୀ ବିବେକାନନ୍ଦ ସ୍ମାରକ ସ୍ୱୟଂଶାସିତ ମହାବିଦ୍ୟାଳୟ,

ଜଗତସିଂହପୁର l


Rate this content
Log in