Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Others

2.0  

Sadananda Sahoo

Others

ବିରହ

ବିରହ

1 min
7.0K



ପ୍ରେମରେ ବିରହ ହୃଦୟରେ କୋହ

କିଏବା କରିବ ସହ୍ୟ ;;

ନିରୀହ ପ୍ରେମିକ ଝୁରି ହୁଏ ସତ

ଭେଦ କରେ ନାହିଁ ବୃହ୍ଯ !!!


ପ୍ରେମିକା ସୁନ୍ଦରୀ ଯାଏ ଅପସରି

ପ୍ରତାରଣା ଦୁଃଖ ଦେଇ ;;

ପ୍ରେମିକ ଟା ଝୁରେ ସ୍ମୃତିକୁ ସାଉଁଟି

ଲୁହ ଲହୁ ପିଇ ପିଇ !!!


ପ୍ରେମ ରୂପୀ ଝଡ ଭାଙ୍ଗିଦିଏ ନୀଡ଼

ସ୍ୱପ୍ନ ହୁଏ ଚୁର୍ ମାର ;

ସରଳ ହୃଦୟ ହୁଏ ପ୍ରତାରିତ

ଝରାଇ ଲୋତକ ଧାର !!!


ପ୍ରେମ ପୂଜାରିଣୀ ପାରେ ନାହିଁ ଚିହ୍ନି

ପ୍ରେମିକ ମଣି କୁ ତା'ର ;

ନୂଆ ସ୍ୱପ୍ନ ଦେଖି ଯାଏ ବାଟ ହୁଡି

ସ୍ୱପ୍ନରେ ହୋଇ ବିଭୋର !!!


ପ୍ରେମିକ ପ୍ରବର ହୁଏ ନାରଖାର

ବିରହ ନିଆଁରେ ଜଳି ;

ପ୍ରେମ ମାୟାବିନୀ ସାଜେ ସୁହାଗିନୀ

ମଧୁ ଶେଯେ କରେ କେଳି !!!


କେମିତି ଭୁଲିଲା କେମିତି ଭାଙ୍ଗିଲା

ସମ୍ପର୍କ ର ସେତୁବନ୍ଧ ;

ନିରୀହ ପ୍ରେମିକ ଜାଣେ ନାହିଁଛନ୍ଦ

ଆଖି ଥାଇ ସାଜେ ଅନ୍ଧ !!!


ବିଶ୍ୱାସରେ ବିଷ ପ୍ରେମିକାର ହସ

ପ୍ରେମିକକୁ ଜଣା ନାହିଁ ;;

ପ୍ରେମପାଠ ଅଙ୍କ ଜଟିଳ ରହସ୍ୟ

କିଏ ବା ଜାଣିବ କାହିଁ !!!


ହୃଦୟ ର ରାଣୀ ବିଶ୍ୱାସଭାଜିନୀ

ସାଜିବ କି ସ୍ୱାର୍ଥ ପର ;?

ମନରେ ସଂସୟ ହେବ କି ସନ୍ଦେହ

ଭାବିବା କୁ ତାକୁ ପର ??!!


ପ୍ରେମ ରେ କଳଙ୍କଏଇ ବିଶେଷାଙ୍କ

ହେଲିମୁଁ ଲୋ ଉପନୀତ ;

ଆଉ ବାଟ ହୁଡି ଯିବୁନି ଲୋଛାଡି

ପ୍ରେମ ହବ ପ୍ରତିହତ !!!


ପ୍ରେମିକ ସାଥିରେ ରହତୁ ସୁଖରେ

କଳଙ୍କ ତୋ ଯିବ ଧୋଇ ;

ନୂଆ ସ୍ୱପ୍ନ ଦେଖି ସାଜିବୁନି ସାଥୀ

କେହି ଛୁଇଁ ବେନି ଛାଇ !!!


କରିଛି ଶପଥ କରିବିନି ପ୍ରେମ

ପ୍ରେମିକ କାହାର ସାଜି ;

ତୋ ର ପ୍ରେମ ସ୍ମୃତି ରଖିଛି ସାଇତି

ଶୋଇ ଯିବି ଆଖିବୁଜି !!!


ଶେଷ ଅନୁରୋଧ ରଖିବୁ ଲୋ ମୋର

କଳଙ୍କିତ ହେବୁ ନାହିଁ ;

ସହିବନି ଧର୍ମ ଭୋଗିବୁ ଲୋ କର୍ମ

ପ୍ରେମୀ ପାରିବନି ସହି !!


ସଦାନନ୍ଦ ସାହୁ ; ଧୁରୁସିଆ ; କଟକ ;!


Rate this content
Log in