ମାୟା
ମାୟା
କାହାପାଇଁ ହୃୃଦେ ଏତେ ଲୋଭ ମୋହ
କାହାପାଇଁ ଆକର୍ଷଣ
ଏ ମାଟି ଘଟ ପିଣ୍ତ ମାଟିରେ ମିଶିବ
ସେ ପରା ଅଢେଇ ଦିନ ।
ହେ ପ୍ରଗଳଭ ପ୍ରାଣ
ଭଲପାଇ ଶିଖ୍ ଏ ମାଟି ମା'କୁ
ଭଲପାଇ ଶିଖ୍ ନିଜ କର୍ମ କର୍ତ୍ତବ୍ୟକୁ
ତେବେସିନା ଜୀବନର ମାନେ କିଛି ବୁଝିବୁ
ଭଙ୍ଗା ସ୍ଵପ୍ନ ସବୁକୁ
କାଗଜ ଡଙ୍ଗାକରି ଭସାଇଦେ
ବର୍ଷାର ଉଜାଣି ସୁଅରେ ,,
ଆଜିରେ ବଞ୍ଚିବା ଶିଖ୍
କାରଣ କାଲିଟା ତ ଭାସିଯାଇଛି
ବର୍ଷାର ଉଷୁମ ଛୁଆଁରେ ।
ଏଇ ପୃଥିବୀରେ ବଞ୍ଚିବାକୁ ହେଲେ
ମିଛପରି ଭୁଲିଯା ସବୁ ମାୟା ବନ୍ଧନକୁ
ପଲକ ପଡିଲା ମାତ୍ରେ ଏଠି
ବର୍ଷା ଠୁ ବୈଶାଖ ପରି ,,,,
ଆଖି ଠାରୁ ଲୁହ ପରି
ସବୁ ସ୍ନେହ ପ୍ରେମ ନିମିଷେ
ଧୋଇ ହୋଇଯାଏ ଶେଷ ।
ସ୍ନାୟୁ ଯେଉଁଠି ବୁଝେନି
ମନର ଅକୁହା ବ୍ୟଥା
ତେବେ ଅତୀତର ସ୍ଵପ୍ନକୁ
ଜାବୁଡି ଧରି ଲାଭ ବା କ'ଣ ??
ସ୍ମୃତି ତ ମଝି ଅଗଣାରେ ଥାଇ
ଅହ ରହ ଚେତେଇ ଦେଉଛି
ବିରହ ଠାରୁ ବିଛେଦ
ପ୍ରେମ ଠାରୁ ପ୍ରତାରଣା
ଜୀବନ ପୃଷ୍ଠାର ଘଟିଯାଇଥିବା
ସବୁକିଛି ମାୟା ଜାଲକୁ ।
**ମମତା ମଞ୍ଜରୀ ଦାସ ,କଟକ**