Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Santosh Pattnayak

Inspirational

1.0  

Santosh Pattnayak

Inspirational

ଉତ୍କଳ ଦିବସ

ଉତ୍କଳ ଦିବସ

1 min
7.0K


ଓଡ଼ିଆ ଆମେରେ ସବୁରି ଆଗେ 

    ଉର୍ଦ୍ଧେ ଆମରି ମଥା

ଗରବେ କହିବା ଓଡ଼ିଆ ଆମେରେ

   ଓଡ଼ିଆ ମୋ ମାତୃଭାଷା.....

ଆମରି ଠାକୁର ଜଗତର ନାଥ

   ସରଗ ସେ' ମହୋଦଧି

ଉତ୍କଳ ଜନନୀ ପାଦଧୌତ କରେ

   ସରିତ ସେ' ମହାନଦୀ....

ଆମରି ମାଟିର ଭଞ୍ଜ , ଗୋପବନ୍ଧୁ

    ଦୟାଦ ଆମେ ତାଙ୍କରି

ବାଜିଆ ରକତ ବହୁଛି ଏ ଦେହେ

   ହେବରେ କେ ଆମସରି....

ଚଣ୍ଡାଶୋକ ଏଠି ଧର୍ମାଶୋକ ହୋଇ

    ନୂଆଁଇଛି ତାର ମଥା

ଜଗତ ଜାଣିଛି ତୁମେ' ବି ଜାଣିଛ

    ଏଇ ଇତିହାସ କଥା....

ମଧୁଗନ୍ଧ ଛୁଟେ ମାଟିରୁ ଆମରି

  ସ୍ନେହ ବୋଳା ଆମଭାଷା

ଭଗ୍ନ କୋଣାରକ ଗର୍ବେ କୁହେ ଆଜି

    ଆମ କିରତୀର ଗାଥା....

ଗରବେ କହିବା ଓଡ଼ିଆ ଆମରେ

   ଓଡ଼ିଆ ଆମ ଭାଷା

ଡ଼ରିବାନି କେବେ ନୂଆଁଇକି ମଥା

   ହଉ ସେ' ପରାଣ ବ୍ୟଥା....


Rate this content
Log in

Similar oriya poem from Inspirational