ଶୈଶିର
ଶୈଶିର
ଝଡ଼ୁଥିଲେ ଝରୁଥିଲେ,
ଝରିଝରି ଝୁରୁଥିଲେ,
ରୂପାଫୁଲ ସତେ ଅବା ଆକାଶୁ ଝରେ;
କେବେ ନୀହାର କାକର,
କୁହୁଡ଼ି ଅବା କର୍ପୂର;
ଆକାଶର ବୁକୁରୁ ଏହି ତୁଷାର ପୁଳେ;
ସୁରୁଯ ସହିତ ହସି
ଭବେ ଯାଆନ୍ତି ଝଲସି
ଧରଣୀ ରାଣୀ ଦିଶଇ ଅନଘ ତୋରା;
ସତେକି କାରଣଜଳ
ଛାଡ଼ି ସେ ନଭ ଅଞ୍ଚଳ
ମାନବର ସ୍ପର୍ଶ ଅର୍ଥେ ଆସଇ ପରା;
ପ୍ରକୃତି ରାଣୀ ସୁମୁଖୀ ପରୀ ପରାୟେ
ଅବଦାତ ଶୁଦ୍ଧ ବୁକୁ ଯେସନେ ହୋଏ...!