କଥା ଓ କବିତା
କଥା ଓ କବିତା
ବ୍ୟସ୍ତ
ତୁମ ବ୍ୟସ୍ତତାକୁ ମୁଁ ସମ୍ମାନ ଜଣାଇ
ମୁଁ ବି ନିଜକୁ ବୁଝେଇ ଦେଇଛି
ତୁମେ ଆଉ ତୁମେ ହେଇ ନାହଁ ତୁମ ବଦଳି ଯାଇଛି
ତୁ ମ ଚାଲି ଚଳନ ତମ କଥା ବାତାବରଣ ସବୁ ବଦଳି ଯାଇଛି ବୋଲି ତମେ ଆଜିକାଲି ବ୍ୟସ୍ତ ବିଜି ରହୁଛ
ତୁମକୁ ନେଇ ଅନେକ ଖାମଖିଆଲି
ଚିନ୍ତାଧାରା ଏ ମନ କୁ ଉଖୁରେଇ ଦିଏ
ତୁମେ ବଦଳି ଯାଇଛ ତୁମେ ଭୁଲି ଯାଇଛ ତୁମେ ମିଛ କହୁଛ ତୁମେ ଅଭିନୟ କରୁଛ
ତୁମେ ବାହାନା କରୁଛ ଏମିତି କେତେ କଣ ଘଟିଛି ତାହା ମୁଁ ନକହିବା ଭଲ
ସବୁ ଚିନ୍ତାଧାରା କୁ ଅଭିମାନର ମଶାଣି
ଭୁଇଁରେ କବର ଦେଇ ମୁଁ ବି ଚେଷ୍ଟା କରିବି ତମ ପରି ମୁଁ ବି ବିଜି ରହିବି,
ତୁମ ପରି ବଞ୍ଚିବାକୁ ଏକ ବ୍ୟସ୍ତତାର ଜୀବନ
ମୁଁ ଆଉଥରେ ସଭିଙ୍କ ମନରେ ଖୁସି ଦେବି
ଏ ମଣିଷ ଜୀବନ କଣ ପାଣି ଫଠକା ପରି ରାଗ ଅହଙ୍କାରୀ ହେଇ କଣପାଇବି
ମୋ ତମକୁ ତ ପାଇବିନି
ବଳରାମ ତରାଇ
୯୯୩୭୦୪୬୪୬