ମାଆ
ମାଆ
1 min
187
ଅନାବିଳ ସ୍ନେହ ମମତାର ଡୋରେ
ବାନ୍ଧିଛୁ ପରିବାରକୁ,
ଆକଟ ଛଳରେ ପ୍ରେମ ବାଣ୍ଟୁଥାଉ
ଭୂଲି ତୋ ନିଜ ଦୁଃଖକୁ......
ଇଟାପଥରର ଘରଟିକୁ ତୁ
ସ୍ୱର୍ଗ ବନେଇଥାଉ,
ଈଶ୍ୱର ସତ୍ୟ ଚିରନ୍ତନ ବୋଲି
ସଭିଙ୍କୁ ଶିକ୍ଷା ଦେଉ l
ମାଆ ନାମଟି ଅତି ଯେ ପବିତ୍ର
ଗଙ୍ଗା ଠାରୁ ବି ନିର୍ମଳ,
ପରିବାର ପାଇଁ ଚିର ଜାଗ୍ରତ ତୁ
ସୃଷ୍ଟିର ଅଟୁ ମୂଳ l
ତୋ ସ୍ନେହ କରୁଣା ଅମୃତର ଝର
ନିରନ୍ତର ବୋହୁଥାଏ,
ଯେତେ କଷ୍ଟ ହେଉ ତୋ କୋଳେ ଶୋଇଲେ
ମନ ଆନନ୍ଦିତ ହୁଏ l
କେତେ ବାରବ୍ରତ ଉପାସ ତୁ କରୁ
ସନ୍ତାନର ସୁଖ ପାଇଁ,
ତୋ ଆଶ୍ରିବାଦ ଯା ଭାଗ୍ୟେ ମିଳିଛି
ଦୁଃଖ ତା ଜୀବନେ ନାହିଁ........
ସୁକାନ୍ତି ହୋତା
ତାଳଚେର