Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Abhakanta None

Inspirational

0.6  

Abhakanta None

Inspirational

ଧର୍ମ

ଧର୍ମ

1 min
6.8K


ଯେ ଦେଲା ଜନମ ଦେଲା ଏକ ଧର୍ମ ତାହା ହିଁ ମାନବ ଧର୍ମ

ଏହାଛଡା ଅନ୍ୟ ସିଦ୍ଧାନ୍ତକୁ ଧର୍ମ ମାନିବା ଜୀବନେ ଭ୍ରମ ।

ଜୀବନର ମର୍ମ କରିବା ଧାରଣ ବିଧିମତେ ଧର୍ମ ଅଟେ

ନ ବୁଝି ଗୁଢାର୍ଥେ ଗୁରୁବାଣୀ ବ୍ୟର୍ଥେ, ଦଉଡ଼, ଧର୍ମ ନ ରଟେ ।

ଧର୍ମକୁ ବିସ୍ତୃତ କହିବା ଉଚିତ, ନୁହେଁ ଥୋପିବାଟା ଜୋରେ

ଅନ୍ତଃକରଣରେ ମାନି ବିଚାରିଲେ ଧର୍ମାର୍ଥରୁ ମଧୁ ଝରେ ।

ବୁଝାଇଛି ବିଧି ବୁଝିବାର ନିଧି ଚାରି ପାରୁଶେ ବିଛାଇ

ତାହାକୁ ନ ବୁଝି ମିଛଟାରେ ଯୁଝି ଜୀବନ ଦେଉଛେ ବାହୀ ।

ଏକ ପର୍ଯ୍ୟାୟରେ ଜନ୍ମି, ମୁଢ଼ତାରେ ମାନବ ବିଭାଜେ ଧର୍ମେ

ଧର୍ମର ବିଭାଜ୍ୟ ହୋଇବଟି ନ୍ୟାଯ୍ୟ ଭିନ୍ନ ଭିନ୍ନ ଯୋନୀଜନ୍ମେ ।

ନୁହେଁ ଖାଲି ଜୀବ ଧର୍ମର ବୈଭବ ଜଡ଼ରେ ବି ବିଦ୍ୟମାନ

ମାନବ ବ୍ୟତିତ ରଖନ୍ତି ସତତ ଅନ୍ୟସୃଷ୍ଟି ଧର୍ମ *ମାନ ।(* ଇଜ୍ଜତ )

ବିଚାରେ କା'ର ବା ଧର୍ମ ଆଖ୍ୟା ଦେବା ଉଚିତ ନୁହଁଇ ଏହା

ଧରମକୁ ନେଇ କନ୍ଦଳ ଭିଆଇ ରଚୁଛୁ ଭୁଲଭୁଲେୟା ।

ଶ୍ରେଷ୍ଟ ଜନ୍ମ ପାଇ ଯଦି ବିକଳାଇ ଦେବା ଧରମର ଅର୍ଥ

ଅନ୍ତଃକରଣ ରେ ବିଚାରିଲ ଥରେ କାହିଁ ରଖୁଛେଁ ଶ୍ରେଷ୍ଠତ୍ବ ?

ଯଦି ବିଶ୍ବାସକୁ ପୁଷ୍ଟ କରିବାକୁ କେ' ଦିଏ ଉଦାହରଣ

ତାକୁ ଯିଏ ମାନେ ବିଶ୍ବାସ ଆଦାନେ ତା' ନୁହେଁଟି ଧର୍ମ ଜାଣ।

ଜୀବନରେ ଧର୍ମ ଥାଏ ସଦା, ଜନ୍ମ ଠାରୁ ମୃତ୍ୟୁ ପରିଯନ୍ତେ

ତାର ଫଳାଫଳ ଜନ୍ମ ଜନ୍ମ ଖେଳ କରଇ ସୁଧିଙ୍କ ମତେ ।

ମାନବ ଯୋନୀର ଏକ ଧର୍ମ ସ୍ଥିର ତାହା ହେଲା ମାନବତା

ଏଥିରୁ ଅନ୍ୟଥା ନ ପାଏ ମାନ୍ୟତା ଧରମର ଗୁଣବତ୍ତା


Rate this content
Log in

Similar oriya poem from Inspirational