Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Sadananda Sahoo

Inspirational

3  

Sadananda Sahoo

Inspirational

ଦୁର୍ଲ୍ଲଭ ଜନମ ମଣିଷ ଜୀବନ

ଦୁର୍ଲ୍ଲଭ ଜନମ ମଣିଷ ଜୀବନ

1 min
185



ମାନବ ଜୀବନ କେତେ ମୂଲ୍ୟବାନ

ଆକଳନ କର ସର୍ବେ ,

ଦୁର୍ଲ୍ଲଭ ଜନମ ବିରଳ ବିଭବ

ମିଳିବନି ଆଉ କେବେ !1!


କୋଟିପୁଣ୍ୟ ବଳେ ଏ'ଧରା ପୃଷ୍ଠରେ

ହୋଇଛ ତ ' ଅବର୍ତ୍ତୀଣ୍ଣ ,

ହେ' ମାନବଗଣ କର ପାପ ତ୍ୟାଗ

ଜୀବନଟା ହେବ ସ୍ଵର୍ଣ୍ଣ !2!


ଜୀବନର ଛବି ଆଙ୍କିବାରେ କବି

ହେଳା କେବେ କରେ ନାହିଁ ,

ଜୀବନ ଦୁଃର୍ଦ୍ଦଶା ବଖାଣେ ସହସା

କବିତାରେ ଦିଏ କହି !3!


ସୁଖ ଦୁଃଖ ଚିତ୍ର ଜୀବନର ମିତ୍ର

ଗରିବ ହେଉକି ଧନୀ ,

ସ୍ଥିତି ପରିସ୍ଥିତି ବିଗାଡେ ନୀୟତି

କାହିଁ ଏତେ ମନମାନି !4!


କର୍ମ ଆଧାରରେ ଫଳ ମିଳେ ସତେ

ଏକଥାଟି ନୁହେଁ ମିଥ୍ୟା ,

ଜୀବନ ଦର୍ଶନ ହୁଏ ମୂଲ୍ୟାୟନ

ଲିପିବଦ୍ଧ ହୁଏ ଗାଥା !5!


ସୁକର୍ମ କଲେ ଭଲ ଫଳ ମିଳେ

କୁକର୍ମ କଲେ ପାପ ,

ଅର୍ଜିତ ପାପର କଳଙ୍କିତ ଦାଗ

ଦୁଃର୍ଦିନର କଳା ଛାପ !6!


ସଂସାରୀ ଜୀବନ ଜଞ୍ଜାଳରେ ପୁର୍ଣ୍ଣ

କର୍ମେ ରଖେ ଏକାଗ୍ରତା ,

ମାନବ ଜୀବନ ନୁହଁଇ କେବଳ

ନିଜ ସ୍ଵାର୍ଥେ ସନ୍ନିହିତା !7!


ସ୍ଵଳ୍ପ ସମୟର ଅବଧି ଜୀବନ

କାଲିକି ନଥିବ ଭାଇ ,

ହିଂସା ଦ୍ଵେଷ ସଵୁ କର ପରିହାର

ହସି ହସାଇବା ପାଇଁ !8!


ଜୀବନ ସଂଘର୍ଷ ହୁଅଇ ପ୍ରତୀତ

ପ୍ରତି ମୁହୂର୍ତ୍ତରେ ସତେ ,

ଆଜିର ମାନବ ବଡ଼ ସ୍ଵାର୍ଥପର

ପର ତଣ୍ଟି ଚିପେ କେତେ !9!


ଏଇତ ଜୀବନ ଦୁର୍ଲ୍ଲଭ ଜନମ

ବ୍ୟଭିଚାର ବଢିଚାଲେ ,

ଦୁଃଖକୁ ବରଣ କରୁଛି ମାନବ

ଏକଥା ଜାଣିଛି ଭଲେ !10!


ସଦାନନ୍ଦ ସାହୁ ,

ଧୁରୁଷିଆ , ଆଠଗଡ଼ , କଟକ ,


Rate this content
Log in

Similar oriya poem from Inspirational