Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Ram Prasad Bisoi

Others

2  

Ram Prasad Bisoi

Others

ବିଷବଳୟ

ବିଷବଳୟ

1 min
6.4K


ବିଷବଳୟ
 
ହଠାତ୍, 
ହୁ ହୁ ହୋଇ ଜଳି ଚାଲିଥି୍ବା,
ମେଘ,ବର୍ଷାପରେ, ବିଜୁଳିର ଆଘାତରେ, ଗଛଟିଏ, 
ତାରି ଅନ୍ତରଦାହ କିଏ ବା ଜାଣିବ?
କିଛି କ୍ଷଣ ଭିତରେ 
ନିଆଁ,ଧୁଆଁ,ପାଉଁଶ, 
ତାରି ବିରାଟ କାୟାର 
ଅବଶେଷ,
କିଏ କହିବ ତା କାହାଣୀ ?
ବଞ୍ଚିବା,ଜଳିବା ରେ ହିଁ  କ'ଣ ସୀମିତ
ଜୀବନର ତତ୍ତ୍ୱ ?
ବିଷ ବଳୟ ଛଡା କିଛି ନୁହେଁ
ଯେତେ ସବୁ ଏଠି, 
ସମ୍ପର୍କ, ରକ୍ତର,
ଛଳନା,ନାଟକ,ଅଭିନୟ,
କୁତ୍ରିମତା,
କାର୍ପଣ୍ୟତାରେ ବାହାରୁଥିବା ଟିକକ ହସ
ଶ୍ୱାନ ଠାରୁ ହୀନ
ଡାକୁ ତୁ ନିଜକୁ ମଣିଷ-----------!
 
©®କାଶ୍ୟପ,ରାୟଗଡା ।


Rate this content
Log in