Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Ajaya Mahala

Inspirational

2  

Ajaya Mahala

Inspirational

ଜୀବନ ଶ୍ରୀମନ୍ଦିର

ଜୀବନ ଶ୍ରୀମନ୍ଦିର

1 min
6.6K


କାହାକୁ ନ ଦେଖିଲା ପରି

ନ ଶୁଣିଲା ପରି ମୁହଁ କରି

ଆଗକୁ ମାଡି ଚାଲ

ନା ପଣ୍ଡା

ନା ନଡିଆ

ନା ଫୁଲ

ଦର୍ଶନ କରିବ ଯେ ଜଗନ୍ନାଥଙ୍କୁ

ବିନା କିଛି ସର୍ତ୍ତ ଅବା ବନ୍ଧନରେ

ଜୀବନର ବଡ ଦାଣ୍ଡ ଆରମ୍ଭ ନ ହେଉଣୁ

ଆରମ୍ଭ ହୋଇ ଯାଏ

ପଣ୍ଡାଙ୍କର ଭିଡ

କାହାକୁ ତ ବାଛିବାକୁ ହେବ

ଜଣକୁ "ହଁ" କୁହାଯାଏ

ତା ପରେ ଅନୁସରଣର ପଥ

ଏଠି ପଇସା ପକା

ସେଠି ମୁଣ୍ଡିଆ ମାର

ନାସ୍ତିକ !

କଞ୍ଜୁସ !


ଭୃକ୍ଷେପ ନ କର ପଣ୍ଡାଙ୍କ ଟିପ୍ପଣୀ

ଜୀବନର ବାଇଶି ପାହାଚ

ଚଢ଼ୁ ଚଢ଼ୁ ବିବ୍ରତ ହୁଅନା

ମୁଣ୍ଡରେ ଲମ୍ବା ସିନ୍ଦୁର ଆଉ ଚନ୍ଦନର ଗାର ଟାଣି

ଆଉ ଗେଣ୍ଡୁଫୁଲର ମାଳା ପିନ୍ଧି

ପଣ୍ଡାଙ୍କ ପଛରେ ହସି ହସି ଚାଲୁଥିବା

କେଇ ହଳ ଦମ୍ପତି ମାନଙ୍କୁ ଦେଖି

ତୁମେ ଜାଣି ନାହଁ

ସେ ହସ ପଛରେ ଲୁଚିଛି

ପଣ୍ଡା ଦ୍ୱାରା ବୋକା ବନି ଯାଇଥିବାର

ଗଭୀର ଅନ୍ତର୍ଜ୍ବାଳା

ଦ୍ବନ୍ଦ୍ୱରେ ପଡନା ତାଙ୍କ ହସ ଦେଖି

ତୁମକୁ ବୋକା ବନାଇବା ପାଇଁ

ସେମାନେ ହସୁଥାନ୍ତି

ସେହି ଅଗଭୀର ହସ ||


Rate this content
Log in