ଜୀବନ ଗୀତା- ୫୯
ଜୀବନ ଗୀତା- ୫୯
1 min
6.6K
ଜୀବନ ଗୀତା- ୫୯
ଜୀବନରେ ଯେତେଥର ଲେଖିଲି ମୁଁ
ତମ ନାଁ ମୋ ନାଁ ହୃଦୟ ପଟରେ
ସେତେଥର ରହିଗଲା ଛପାହୋଇ
ତମ ନାଁ ମୋ ନାଁ ମନର ସ୍ମୃତିରେ ॥୦॥
ଯେତେଥର ଗାଇଲି ମୁଁ
ଜୀବନର ନାନାବାୟା
ସେତେଥର ଲାଗିଲା ସେ
ମତେ ଭାରି ନୂଆନୂଆ
ତମ ନାଁ ମୋ ନାଁ
ମିଶି ହେଲା ନାନାବାୟା
ଚାଲ ଜୀବନକୁ ଗାଇଯିବା ଗୀତରେ ॥୧॥
ଯେତେଥର ଆଙ୍କିଲି ମୁଁ
ଜୀବନର ପ୍ରତିଛବି
ସେତେଥର ଲାଗିଲା ସେ
ଆମ ଦୁହିଁଙ୍କ ପୃଥିବୀ
ତମ ଛବି ମୋ ଛବି
ମିଶି ହେଲା ତ ପୃଥିବୀ
ଚାଲ ଜୀବନକୁ ଆଙ୍କିଦବା ଚିତ୍ରରେ ॥୨॥