Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Parshuram Biswal

Others

2  

Parshuram Biswal

Others

ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ

ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ

1 min
7.1K


ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ

 

ପର୍ଶୁରାମ ବିଶ୍ୱାଳ

 

ଘଣ୍ଟ ଘୋଡ଼େଇକି ରଖିବ ହେ ପ୍ରଭୁ ଏ ଆମ ଗଣମାଧ୍ୟମ

ତାଙ୍କ ତଣ୍ଟି ଚିପିବାକୁ କେ’ ସାହସ ନକରୁ ଯେହ୍ନେ ଉଦ୍ୟମ

ସେ ନଥିଲେ ଗଣତନ୍ତ୍ର ପାଲଟିବ

ଏକଛତ୍ରବାଦୀ ଯମ ।

 

ସତ ଲେଖି ସତ କହି ସାମ୍ବାଦିକ ସଂସାର ଯାଏ ଉଜୁଡ଼ି

ଭାଙ୍ଗି ନପଡ଼ି ସେ ଚାଲିଚି ଆଗେଇ, ଦବ ସମାଜ ସଜାଡ଼ି

ଦୁର୍ନୀତି ସେ ଅନ୍ଧବିଶ୍ୱାସର କଥା

ଗୁମର ସେ ଖୋଲେ ଜାଣ ।

 

ସତ ଖୋଜି ଆମ ସାମ୍ବାଦିକ ଭାଇ ନମାନେ ଖରା-ବରଷା

ନିର୍ଭୀକତା, ଆତ୍ମବିଶ୍ୱାସ ଗୋଟିକି ତା ହୃଦେ କରିଚି ବସା

ନିଜ ପେଟ ଚିନ୍ତା ପଛ କରି କରେ

ଆମ ସମାଜର କାମ ।

 

କେତେ ଭଣ୍ଡ ବାବା କେତେ ରାଜନେତା ଅକରମ କଥା ଖୋଲେ

ଚେଇଁଉଠେ ଆମ ସୁପ୍ତ ସମାଜଟି, ସଚେତନ ହୁଏ ଭଲେ

ଠିକଣା ବାଟରେ ନିଏ ଏ ସମାଜ

ଦୂର କରେ ମତିଭ୍ରମ ।

 

ହିଟ୍ଲର ଦିନେ ଚିପିଥିଲା ଏଇ ଗଣମାଧ୍ୟମର ତଣ୍ଟି

ପାଇଲା ଯାହା ସେ ସଭିଏଁ ଜାଣନ୍ତି, ଇତିହାସ ତା’ର ସାକ୍ଷୀ

ସେକଥା ନହେଉ, ବୁଝିବୁ ଏକଥା

ବସି ତୋ ଗୋଲକଧାମ ।

 

ଗ୍ରା.-ମିତ୍ରସେନପୁର, ପୋ.ଅ.-ଗମୁଁ

ଭା.-ଇନ୍ଦୁପୁର, ଜି.-ଯାଜପୁର, ପିନ୍-୭୫୪୨୧୪

ଫୋନ୍-୯୮୫୩୭୫୯୭୦୦

*****


Rate this content
Log in