Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Panchanan Jena

Others

2  

Panchanan Jena

Others

ଜଣାଣ

ଜଣାଣ

1 min
537


ତା’ ନାମ ମଧୁର ଅତି ଅମୃତ ସମାନ

ତା’ ନାମେ ସରଗ ସୁଖ ପାତକ ନାଶନ |୧ |

ଜଗତର ନାଥ ସିଏ ନୀଳାଚଳ ଧାମେ

ଚକାଆଖି ଅଧାଗଢା ସଙ୍ଘାରେ ଅଧମେ |୨|

ପତିତପାବନ ସେହି ଅଗତିର ଗତି

ବଡ ଦାଣ୍ଡ ଧୂଳି ବିନା କାହିଁରେ ମୁକତି ? |୩|

ସଖାର ସଙ୍ଖୋଳି ସିଏ ଦୁଃଖୀ ସହୋଦର

ଭକତ ବାନ୍ଧବ ବୋଲି ଜଗତେ ପ୍ରଚାର |୪|

ଦାସିଆ-ମହାନ୍ତି –ଦାସ –ସାଲବେଗ –ଶ୍ରୀୟା

ଭକତ ବତ୍ସଳ ପ୍ରଭୁ ଚଉବାହା ସାହା |୫|

ମୁଁହି ଛାର ଅକିଞ୍ଚନ ନାରାଧମ ପାପୀ

ଉଦ୍ଧାର କରହେ ନାଥ କପଟୀ –ବିଟପୀ |୬|

କଳୁଷ ପଙ୍କିଳ ମୁଁହି ଅଧମ ପାମର

ତ୍ରାହି କର ଭାବଗ୍ରାହୀ କରୁଣାସାଗର |7|

ବିବେକ-ବର୍ତ୍ତିକା ହୋଇ ଜୀବନ-ପ୍ରଦୀପ

ଆଲୋକିତ କର ପଥ ପଶ୍ଚିମ ସମୀପ |୮|

କ୍ଷମା ଦୟା ତ୍ୟାଗର ଉଦ୍ରେକ କରାଅ

ଭବ ସାଗରୁ ତାରଣ ଉପାୟ ଦେଖାଅ |୯|

ତନ ମନ ଚଇତନ ରହୁ ତବ ପାଦେ

ପ୍ରଭାତେ ନିଶିଥେ ସଦା ତୁମ ନାମ ହୃଦେ |10 |



Rate this content
Log in