ଆସିବ ବୋଲି ତ
ଆସିବ ବୋଲି ତ
କେବେ କେଉଁ ଲଗ୍ନେ ଆସିବ ବୋଲିତ
ଉଜାଗର ସାରା ରାତି
ଜଳି ପୋଡିଯାଏ ହୃଦ ପ୍ରାଣ ମନ
ଚାନ୍ଦିନୀ ପରଷେ ତାତି..
ପବନ ବହିଲେ ସୁମନ ସୁବାସେ
ତୁମ ଦେହ ବାସ ଝରେ
ଦହନ ଜ୍ଜଳନେ ସରସୀର କଇଁ
ପିରତି ପିଆଲା ଭରେ..
ତାରାମେଳେ ଜହ୍ନ କହିପାରେ ନାହିଁ
ମନ ତଳ ମିଠା କଥା
ଆକାଶ ଛାତିଟା ବିସ୍ତାରେ ହୃଦୟ
ନଦେଖି ଅଦେଖା ବ୍ୟଥା..
ଏସନ ଫଗୁଣ ମୁହଁ ପୋତିଦେଲା
ତୁମେ ଆସିଲନି ବୋଲି
କୁହୁଡ଼ି କାକର ବଉଳ ଜାଳିଲା
ଫୁଲ ଦୋଳି ଝୁଲିଝୁଲି..
କେତେ ମାନ ନେଇ ରୁଷିବ ମାନିନୀ
ନଇଁଲାଣି ଆୟୁ ସଞ୍ଜ
ଦୁଇ ପାଦେ ସରୁ ଅଳତା ପିନ୍ଧେଇ
ଫେରିଆସ ହୋଇ ସଜ..
ଆସିବ ବୋଲିତ ଝାଞ୍ଜି ବଇଶାଖେ
କୃଷ୍ଣଚୂଡା ଫୁଲ ହସେ
ଫେରିବା ପଥ'ରେ ଅତର ସିଞ୍ଚିଣ
ବାଟ ଚାହିଁ ତୁମ ବସେ...