Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Arun Kumar Mitra

Others

3  

Arun Kumar Mitra

Others

ଅଗତିର ଗତି ପ୍ରଭୁ ଜଗନ୍ନାଥ

ଅଗତିର ଗତି ପ୍ରଭୁ ଜଗନ୍ନାଥ

1 min
6.7K


ହେ ଜଗତର ନାଥ   

ବିରାଜିତ ତୁମେ ଶ୍ରୀକ୍ଷେତ୍ର ଧାମେ

ତୁମେ ଅନାଥର ନାଥ  ।

ତୁମେ ଜଗତର ପରମ ବନ୍ଧୁ

ହେ ନୟନପଥଗାମୀ

ତୁମେ ଜଗତର ସୃଷ୍ଟିକର୍ତ୍ତା

ପାଳନକର୍ତ୍ତା ସ୍ଵାମୀ  ।

ତୁମେ ହିଁ ବ୍ରହ୍ମା, ତୁମେ ହିଁ ବିଷ୍ଣୁ

ତୁମେ ହିଁ ମହେଶ୍ଵର

ଅନ୍ତର୍ଯାମୀ ତୁମେ ନାରାୟଣ

ଜଗତ ଅଧୀଶ୍ଵର  ।

ତବ ପାଦତଳେ ସବୁବେଳେ ଖେଳେ

ଚନ୍ଦ୍ର ସୂର୍ଯ୍ୟ ତାରା

ତବ ମାୟାବଳେ ଏ ଜଗତ ଚାଲେ

ଜଡ଼ ଜୀବକୂଳ ସାରା  ।

ଗଗନେ ପବନେ ଜଳେ ସ୍ଥଳେ ତୁମେ

ମନ୍ଦିର ମସଜିଦେ

ଗୀର୍ଜାରେ ତୁମେ ଗୁରୁଦୁଆରାରେ

ସ୍ଥିତ ଅନ୍ତର ହୃଦେ ।

ଧନ୍ୟ ଭାରତ ପୂଣ୍ୟଭୂମିଟେ

ତୁମରି ଆବିର୍ଭାବେ

ତୁମ କରୁଣାରେ ଉତ୍କଳ ମାଟି

ପୁରୀ ଧାମ ହେଲା ଯେବେ  ।

ଧର୍ମ ଯେବେ ବି ଗ୍ଲାନିରେ ଭରିବ

ତୁମରି ଅଦ୍ଭ୍ୟୁତ୍ଥାନ

ଦୁଷ୍କୃତି ନାଶ କରି ବଞ୍ଚାଇବ

ସାଧୁଙ୍କ ସମ୍ମାନ  ।

ଏ ଚିର ସତ୍ୟ ଯୁଗେ ଯୁଗେ ଅଛି

ଏ ଯେ ଅମୃତବାଣୀ

ମୁନି ରୂଷି ଦେଶ ଭାରତବର୍ଷ

ତୁମ ନୟନର ମଣି  ।

ସହସ୍ର କୋଟି ପ୍ରଣମି ତୁମକୁ

ବନ୍ଦେ ଜଗତ ପତି

ସବା ମଙ୍ଗଳ କର ତୁମେ ପ୍ରଭୁ

ହେ, ଅଗତିର ଗତି  ।



Rate this content
Log in