Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Prasanta kumar Hota

Others

2  

Prasanta kumar Hota

Others

ଅବତାରେ ଆସଥରେ ପ୍ରଭୁ

ଅବତାରେ ଆସଥରେ ପ୍ରଭୁ

1 min
6.9K


ଅବତାରେ ପ୍ରଭୁ ଆସ ବୋଲି ତୁମେ

ଜଗତେ ମହିମା ତୁମ୍ଭର

ଦୁଃଖୀରଙ୍କି ଗ୍ୟାନି ଜିଗ୍ୟାଂସୁ ତରନ୍ତି

ଦେଖି ସେ ଲିଳା ପାରାବାର


ଦୁଃଖୀ ଡାକେ ଦୁଃଖ ଲାଘବ ପାଇଁକି

ରଙ୍କ ଖୋଜେ ଧନ କୁବେର

ଗ୍ୟାନିର ପ୍ରତ୍ୟାଶା ପରମାର୍ଥ ସେବା

ଜିଗ୍ୟାଂସୁ ଖୋଜେ ନିରନ୍ତର


ଏ ଚାରି ଭକତ ଭଜୁଥାନ୍ତି ସିନା

ଗ୍ୟାନି ଅଟେ ତାମଧ୍ୟେ ଶ୍ରେଷ୍ଠ

ଗ୍ୟାନିର ଭକତି ନିଶ୍ଚଳା ଅଟଇ

ବାକି ସବୁ ଜାଣ ଉଦ୍ଦିଷ୍ଟ


କେତେ ଜନ୍ମ ପରେ ସେ ଗ୍ୟାନ ପାଇବି

ମୋତେ ତ ଏସବୁ ଅଜଣା

ତୋର ନାମ ଧରି ଭଜୁଥିବି ସିନା

ପାଇବାକୁ ତୋର ଦୟଣା


ତୋର ନାମ ଗାନ କଳିଯୁଗେ ତାନ

ନିଷ୍କାମ ନାମରେ ନିଷ୍କୃତି

କାମନା ରହିତ ହେଲେହେଁ ବିହିତ

ସଂସାରେ ସଂସିଦ୍ଧି ସଂସ୍ଥିତି


ଆସିବକି ଥରେ ହୋଇ ଅବତାରେ

ଦେଖିବି ତୋରୂପ ସମ୍ଭାର

କହିବନି ଆଉ ମୋଇଛା ଉଦ୍ଦିଷ୍ଟ

ତୁମେତ କରୁଣା ସାଗର


-ପ୍ରଶାନ୍ତ କୁମାର ହୋତା


Rate this content
Log in