Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

Rajesh Kumar Jain

Comedy

3  

Rajesh Kumar Jain

Comedy

ଆମ ସଂସ୍କୃତି ପ୍ୟାରା ଆଉ ନିଆରା

ଆମ ସଂସ୍କୃତି ପ୍ୟାରା ଆଉ ନିଆରା

1 min
6.5K


ଆମ ସଂସ୍କୃତି ପ୍ୟାରା ଆଉ ନିଆରା

 

ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)

      

       ଆମ ସଂସ୍କୃତି ପ୍ୟାରା ଆଉ ନିଆରା

       ଶାଳୀ ପିନ୍ଧାଏ ଭିଣୋଇକୁ ରାକ୍ଷୀ ପରା ା

       ସମ୍ପର୍କର ପ୍ରଥମ ଘଟସୂତ୍ର ଭାଇନା

       ପରେ ବୁଲାଇଦିଏ ସେ କଳାକନା ା

       ମା’କୁ ବୋଉ, ବୋହୂକୁ ଡାକନ୍ତି ମା’,

       ଭିଣୋଇକୁ ନନା, ଗେହ୍ଲା ପୁଅକୁ ସୁନା

       ଶବ୍ଦର ମାୟାଜାଲରେ ସବୁ ଅନାବନା ା

       ଭାଇ ଶଶୁର ଆଉ ଶାଳୀ ଅତି ନିଜର

       ନିବିଡ଼ ସମ୍ପର୍କରେ ସବୁ କାରବାର ା

       ବୋହୁ ହାତରୁ ଦେଢ଼ଶୁର ଖାଏନାହିଁ ଅନ୍ନ

       ବୋହୁ ଗୋଡ଼ ମୋଡ଼େ ଶଶୁରର ନଭାବି ଭିନ୍ନ ା

       ୪୦ ବର୍ଷେ ଚାଳିଶିଆ ଭାବି ଡାକନ୍ତି ମଉସା ବୁଢ଼ା

       ଯୁବତୀ ଦେଖିଲେ ମନ ଏଥିରୁ ଗୋଟାଏ ଲୋଡ଼ା ା

       ୧୦୦ କୋଷରେ ଭାଷାକୁ ଭାଷା ଯାଏ ବଦଳି

       କେଉଁଠି ବେହିପୁଅ ତ କେଉଁଠି ଧରମଶାଳୀ ା

       ପିଠା ମୁହଁରେ ଲାଗିଯାଏ ଯେପରି ଅମୃତର ଅଠା

       ବୁଢ଼ା ବି ଯବାନ ଖାଇକରି ରସଗୋଲା ମିଠା ା

       ଖାଇକରି ଦିନରେ ନିଶ୍ଚେ ଶୋଇବେ ଭାଇ

       ଟଙ୍କା ଯେତେ ଉଡୁ ପଛେ କିଛି ପରବାଏ ନାହିଁ ା

       ୧୨ ମାସରେ ୧୩ ପର୍ବ, ଘର ପୂରା ଖାଲି

       ମନ ଏବେ କରିବେ ଧନତେରସ ଦେବାଲି ା

       ବଡ଼ଠାକୁର ଜଗନ୍ନାଥ ସଂସ୍କୃତି ପରା

       ସାରା ବିଶ୍ୱରେ ଅଖଣ୍ଡ ପତିଆରା ା

       ଘରେ ଘରେ ଭକ୍ତି, ଗଳିଗଳିରେ ମନ୍ଦିର

       ଏଇଥିପାଇଁ କଥା କୁହନ୍ତି ସୁନ୍ଦର ା

       ବିଭିନ୍ନତାରେ ଏକତା ଏମାନଙ୍କ ପରିଚୟ

       ଭୁଲିଯାନ୍ତି ଧନ କରିବାକୁ ସଞ୍ଚୟ ା

       ସାରା ବିଶ୍ୱରେ ନାହିଁ ଏଭଳି କାର୍ଯ୍ୟଧାରା

       ଆମ ସଂସ୍କୃତି ପ୍ୟାରା ଆଉ ନିଆରା ।

 

ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪

ଫୋନ୍ : ୯୪୩୭୦୨୦୬୧୮

*****


Rate this content
Log in