ଆମ ସଂସ୍କୃତି ପ୍ୟାରା ଆଉ ନିଆରା
ଆମ ସଂସ୍କୃତି ପ୍ୟାରା ଆଉ ନିଆରା
ଆମ ସଂସ୍କୃତି ପ୍ୟାରା ଆଉ ନିଆରା
ରାଜେଶ କୁମାର ଜୈନ୍ (ଶାନ୍ତିରାଜେଶ)
ଆମ ସଂସ୍କୃତି ପ୍ୟାରା ଆଉ ନିଆରା
ଶାଳୀ ପିନ୍ଧାଏ ଭିଣୋଇକୁ ରାକ୍ଷୀ ପରା ା
ସମ୍ପର୍କର ପ୍ରଥମ ଘଟସୂତ୍ର ଭାଇନା
ପରେ ବୁଲାଇଦିଏ ସେ କଳାକନା ା
ମା’କୁ ବୋଉ, ବୋହୂକୁ ଡାକନ୍ତି ମା’,
ଭିଣୋଇକୁ ନନା, ଗେହ୍ଲା ପୁଅକୁ ସୁନା
ଶବ୍ଦର ମାୟାଜାଲରେ ସବୁ ଅନାବନା ା
ଭାଇ ଶଶୁର ଆଉ ଶାଳୀ ଅତି ନିଜର
ନିବିଡ଼ ସମ୍ପର୍କରେ ସବୁ କାରବାର ା
ବୋହୁ ହାତରୁ ଦେଢ଼ଶୁର ଖାଏନାହିଁ ଅନ୍ନ
ବୋହୁ ଗୋଡ଼ ମୋଡ଼େ ଶଶୁରର ନଭାବି ଭିନ୍ନ ା
୪୦ ବର୍ଷେ ଚାଳିଶିଆ ଭାବି ଡାକନ୍ତି ମଉସା ବୁଢ଼ା
ଯୁବତୀ ଦେଖିଲେ ମନ ଏଥିରୁ ଗୋଟାଏ ଲୋଡ଼ା ା
୧୦୦ କୋଷରେ ଭାଷାକୁ ଭାଷା ଯାଏ ବଦଳି
କେଉଁଠି ବେହିପୁଅ ତ କେଉଁଠି ଧରମଶାଳୀ ା
ପିଠା ମୁହଁରେ ଲାଗିଯାଏ ଯେପରି ଅମୃତର ଅଠା
ବୁଢ଼ା ବି ଯବାନ ଖାଇକରି ରସଗୋଲା ମିଠା ା
ଖାଇକରି ଦିନରେ ନିଶ୍ଚେ ଶୋଇବେ ଭାଇ
ଟଙ୍କା ଯେତେ ଉଡୁ ପଛେ କିଛି ପରବାଏ ନାହିଁ ା
୧୨ ମାସରେ ୧୩ ପର୍ବ, ଘର ପୂରା ଖାଲି
ମନ ଏବେ କରିବେ ଧନତେରସ ଦେବାଲି ା
ବଡ଼ଠାକୁର ଜଗନ୍ନାଥ ସଂସ୍କୃତି ପରା
ସାରା ବିଶ୍ୱରେ ଅଖଣ୍ଡ ପତିଆରା ା
ଘରେ ଘରେ ଭକ୍ତି, ଗଳିଗଳିରେ ମନ୍ଦିର
ଏଇଥିପାଇଁ କଥା କୁହନ୍ତି ସୁନ୍ଦର ା
ବିଭିନ୍ନତାରେ ଏକତା ଏମାନଙ୍କ ପରିଚୟ
ଭୁଲିଯାନ୍ତି ଧନ କରିବାକୁ ସଞ୍ଚୟ ା
ସାରା ବିଶ୍ୱରେ ନାହିଁ ଏଭଳି କାର୍ଯ୍ୟଧାରା
ଆମ ସଂସ୍କୃତି ପ୍ୟାରା ଆଉ ନିଆରା ।
ଅପର୍ଣ୍ଣା ନଗର, ଚାଉଳିଆଗଞ୍ଜ, କଟକ-୭୫୩୦୦୪
ଫୋନ୍ : ୯୪୩୭୦୨୦୬୧୮
*****