ଜୀବନ ଗୀତା-୪୦୮
ଜୀବନ ଗୀତା-୪୦୮
1 min
286
ଜୀବନ ଆଖିରେ
ଧରା ଆଖିଏ ଆକାଶ
ଛାତିରେ ତାହାର
ଭରା ଛାତିଏ ବତାସ ॥୦॥
ଉଡାଣ ଦେଉଥାଏ
ଆକାଶର ଛାତିରେ
ପୁଣି ଥକିଯାଇ ସେ
ଶୋଇଯାଏ ମାଟିରେ
ତୁଟେ ନାହଁ କିନ୍ତୁ
ତାର କେବେବି ସାହସ ॥୧॥
ତୋଫାନ ଭାଂଗିଦିଏ
ହାତଗଢା କୁଡିଆ
ବନାଏ ପୁଣି ସେ
କରି ଅତି ବଢିଆ
କର୍ମ କରିଯାଏ
ଚାଲିବା ଯାଏ ନିଶ୍ୱାସ ॥୨॥