Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Pradesh Kumar Pradhan

Others

3  

Pradesh Kumar Pradhan

Others

ତୁମ ବିନା

ତୁମ ବିନା

1 min
6.6K


ତୁମ ବିନା
ଲାଗେନା- ଲାଗେନା
କିଛି ଭଲ
ତୁମରି ବିନା, ସାଥି ତୁମରି ବିନା,
ମାନେନା - ମାନେନା
ଏ ଅବୁଝା ମନ
ଏକାଏକା  ରହି ପାରେନା।
ତୁମରି ବିନା, ସାଥି ତୁମରି ବିନା।
ନିରବ ନୀରଦ ଆଜି
ନିରବ କଦମ୍ବ ବନ ,
ଶୁଭେନା ଶୁଭେନା ଆଉ
ତୁମରି ବଂଶୀର ସ୍ୱନ।
ନାହିଁରେ ନାହିଁ ବିଶ୍ୱାସ
କ୍ଷଣିକେ ଶେଷ ଏ ନିଃଶ୍ୱାସ
ଅପେକ୍ଷାର ଅନ୍ତ ହୁଏନା ,
ସମୟ ଯାଏ ସରି
ଶରୀର ହୁଏ ଭାରି
ଫେରିବାର ପଥ ତୁମ ଚାହିଁ ପାରେନା।
ଲାଗେନା ଲାଗେନା କିଛି ଭଲ
ତୁମରି ବିନା  ା
ଭଲରେ ଅଛ ତୁମେ
ଖୁସିରେ ଅଛ ତୁମେ
ଦିଅ ସନେ୍ଦଶ କରି ବାହାନା ,
ବହେ ରୁଧିର
ହୃଦୟୁ ମୋର
ବିରହ ଜ୍ୱାଳା ଆଉ ସହି ପାରେନା।
ଲାଗେନା – ଲାଗେନା କିଛି ଭଲ
ସାଥି  ଆଜି ତୁମରି ବିନା ।
କହିଦିଅ ସାଥି
ଥରେ ତୁମେ
ପାଅ ମୋତେ  ତୁମେ ଭଲ
କାଟି ଦେବି ଦିନ
ତୁମ ସ୍ମୃତି ର ସାଥିରେ
 


Rate this content
Log in